ବାହୁବଳୀ ନିର୍ଦେଶକ ଏସଏସ ରାଜମୌଲିଙ୍କୁ କରୋନା

194

ପ୍ରଭାସଙ୍କ ଅଭିନୀତ ଫିଲ୍ମ ବାହୁବଳୀ ଓ ବାହୁବଳୀ-୨ ର ନିର୍ଦେଶକ ଏସଏସ ରାଜମୌଲି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କୁ ଏବଂ ତାଙ୍କ ପରିବାର ସଦ୍ୟସଙ୍କୁ ହାଲୁକା ଜ୍ୱର ହୋଇଥିଲା | ଏହା ପରେ ସେମାନେ ସ୍ୱାସ୍ଥ୍ୟ ଯାଞ୍ଚ କରିବାକୁ ନିଷ୍ପତି ନେଇଥିଲେ | ରିପୋର୍ଟ ରେ ରାଜମୌଲି କୋଭିଡି-୧୯ ପଜିଟିଭ ଥିବା ଜଣା ପଡିଛି | ରାଜମୌଲି ନିଜର ଅଧିକୃତ ଟିଉଟର ହ୍ୟାଣ୍ଡଲେରେ ଟୁଇଟ କରି ଏହାର ସୂଚନା ଦେଇଛନ୍ତି | ତାଙ୍କର ଏହି ଟୁଇଟ ରେ ପ୍ରଶଂସକ ରିପ୍ଲାଇ ଦେଇ ତାଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି |