ପତ୍ନୀଙ୍କ ପାଇଁ ଫେସ୍‌ବୁକ୍ ଛାଡିଲେ ଭୁବନେଶ୍ବର

197

କଟକ(ଉତ୍କଳ ନିଉଜ୍) ଭାରତର ଷ୍ଟାର୍ ବୋଲର ଭୁବନେଶ୍ଵର କୁମାର ୨୦୧୭ରେ ପଡୋଶୀ ନୂପୁର ନାଗରଙ୍କୁ ବିବାହ କରିଥିଲେ। ନୁପୁର ପେଶାରେ ଜଣେ ଇଞ୍ଜିନିୟର। ଏମଏନସି କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ନୂପୁରଙ୍କ ପିଲାଦିନ ଡେରାଡୁନରେ କଟିଛି। ଏହାପରେ ନୋଏଡାରେ ସେ ବିଟେକ୍ କରିଥିଲେ। ନୁପୁର ଏବଂ ଭୁବନେଶ୍ବର ଉଭୟଙ୍କ ପିତା ପୋଲିସ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ପଡୋଶୀ ହୋଇଥିରୁ ଉଭୟଙ୍କ ମଧ୍ୟରେ ପିଲାଦିନରୁ ବନ୍ଧୁତା ଥିଲା। ନୁପୁରଙ୍କ ଯୋଗୁ ଫେସବୁକ୍ ଛାଡିଥିଲେ ଭୁବନେଶ୍ବର। ଏକ ସାକ୍ଷାତକାରରେ ନୁପୁର କହିଥିଲେ, ଭୁବି ଅଚାନକ ଟୁଇଟରକୁ ଆସିଥିଲେ। ତାଙ୍କୁ ଫେସବୁକ ପାସ୍ୱାର୍ଡ ମାଗିଥିଲି। କିନ୍ତୁ ଗୋଟିଏ ଡାଏଲଗ୍ ସ୍ପେସ ଦେବା ଜରୁରୀ କହି ଦେବାକୁ ସେ ମନା କରିଦେଇଥିଲେ। ସହଜରେ ହାର ମାନି ନ ଥିଲେ ନୁପୁର। ସେ ପରଦିନ ସକାଳୁ କହିଲେ ଦେଖ ଏ ତୁମର ଫେସବୁକ ପାସ୍ୱାର୍ଡ । ସେ ସମୟରେ ଭୁବି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ।ସେତେବେଳକୁ ନୂପୁର ତାଙ୍କ ଫେସବୁକ୍ ହ୍ୟାକ୍ କରିସାରିଛନ୍ତି। ସେଦିନଠାରୁ ଭୁବନେଶ୍ବର ଫେସବୁକ୍ ବ୍ୟବହାର କରିବା ବନ୍ଦ କରିଦେଇଥିଲେ।