ନିଟ ରେ ଅଦ୍ଭୂତପୂର୍ବ ସଫଳତା ପାଇବେ ଟେଟ୍ରା ହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ ର ଛାତ୍ରଛାତ୍ରୀ : ଅଧ୍ୟକ୍ଷ ଡ଼. ତ୍ରିଦେବ ବେହେରା |

257

କଟକ (ଉତ୍କଳ ନ୍ୟୁଜ ) ୧୪-୦୬-୨୦୨୫: ପ୍ରକାଶ ପାଇଛି ଚଳିତବର୍ଷ ସର୍ବଭାରତୀୟ ନିଟ ୟୁଜି ଫଳାଫଳ | ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ମେଡିକାଲ ପ୍ରବେଶିକା ପରୀକ୍ଷା ରେ କଟକ ଜିଲ୍ଲା ଟାଙ୍ଗି ସ୍ଥିତ ଟେଟ୍ରା ହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ ର ଛାତ୍ରଛାତ୍ରୀ ମାନେ ଆଶାନୁରୂପ ସଫଳତା ପାଇବେ ବୋଲି ଆଶା କରିଛନ୍ତି ଟେଟ୍ରା ହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ୍ସ ର ପ୍ରତିଷ୍ଠାତା , ଅଧ୍ୟକ୍ଷ ଡ଼ . ତ୍ରିଦେବ ବେହେରା | ବିଗତ ବର୍ଷ ରେ ଏହି ଶିକ୍ଷାନୁଷ୍ଠାନ ପକ୍ଷ ରୁ ନିଟ ମେଡିକାଲ କ୍ଷେତ୍ର ରେ ଛତ୍ରଛାତ୍ରୀ ମାନେ ଅଭୂତପୂର୍ବକ ସଫଳତା ହାସଲ କରିଥିଲେ | ୨୦୨୪ ବର୍ଷ ରେ ଟେଟ୍ରାହେଡ୍ରନ ଶିକ୍ଷାନୁଷ୍ଠାନ ର ୭୧ ଜଣ ଛାତ୍ରଛାତ୍ରୀ ସରକାରୀ ମେଡିକାଲ କଲେଜ ରେ ଆଡ଼ମିସନ ପାଇଥିବା ବେଳେ , ଚଳିତବର୍ଷ ଏହା ୧୨୦ ରୁ ୧୫୦ ଜଣ ଛାତ୍ରଛାତ୍ରୀ ମେଡିକାଲ କଲେଜ ରେ ଆଡ଼ମିସନ ପାଇବା ନେଇ ଦୃଢ଼ତା ର କହିଛନ୍ତି ଅଧ୍ୟକ୍ଷ ଶ୍ରୀ ବେହେରା | ଶ୍ରୀ ବେହେରା ଙ୍କ କହିବା ଅନୁଯାୟୀ , ଚଳିତବର୍ଷ ଛାତ୍ରଛାତ୍ରୀ ଙ୍କୁ ବିଗତ ବର୍ଷ ଅପେକ୍ଷା ଆହୁରି ଉନ୍ନତ ଧରଣ ଶିକ୍ଷା ପ୍ରଦାନ କରାଯାଇଛି , ଛାତ୍ରଛାତ୍ରୀ ଙ୍କୁ ଶୃଙ୍ଖଳିତ ରେ ରଖାଯାଇ , ସବୁଦିନ ମୋକ ଟେଷ୍ଟ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା କୁ ବୃଦ୍ଧି କରାଯାଇଛି | ଛାତ୍ରଛାତ୍ରୀ ଙ୍କ ସହ ଟେଟ୍ରା ହେଡ୍ରନ ଶିକ୍ଷାନୁଷ୍ଠାନ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଖୁବ ପରିଶ୍ରମ କରିଛନ୍ତି , ତେଣୁ ଚଳିତବର୍ଷ ନିଟ ପ୍ରବେଶିକା ପରୀକ୍ଷା ରେ ଛାତ୍ରଛାତ୍ରୀ ମାନେ ଆଶାନୁରୂପ ସଫଳତା ପାଇବା ସହ ଶିକ୍ଷାନୁଷ୍ଠାନ ଓ ଅଂଚଳ କୁ ଗୌରବାନ୍ୱିତ କରିବେ ବୋଲି ଆଶା ରଖିଛନ୍ତି ଅଧ୍ୟକ୍ଷ ତ୍ରିଦେବ ବେହେରା |