ଗୋ-ମାଫିଆଙ୍କ ଆକ୍ରମଣରେ ଚିକିତ୍ସାଧିନ ଯୁବକଙ୍କ ମୃତ୍ୟୁ |

103

କଟକ (ଉତ୍କଳ ନ୍ୟୁଜ ) ୧୨-୦୬-୨୦୨୫ : ଗୋ-ମାଫିଆଙ୍କ ଆକ୍ରମଣରେ ଚିକିତ୍ସାଧିନ ଯୁବକଙ୍କ ମୃତ୍ୟୁ । ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବିଧର୍ମୀଙ୍କ ଆକ୍ରମଣରେ ଶିକାର ହୋଇଥିବା ଗୋ-ରକ୍ଷକ ସନ୍ତୋଷ ପରିଡା(୪୦) । ବେଆଇନ୍ ଗୋ-ଚାଲାଣ ଉପରେ ପ୍ରଶାସନିକ ଅଙ୍କୁଶ ରହୁନଥିବାରୁ ସନ୍ତୋଷ ଆଜି ମୃତ୍ୟୁ ବରଣ କରିଥିବା ଚର୍ଚ୍ଚା ହେଉଛି । ୧୩ ଦିନ ତଳେ ସେ ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ ଏବଂ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଜୀବନ ସହ ସଂଗ୍ରାମ କରି ଆସୁଥିବା ବେଳେ ବୁଧବାର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସନ୍ତୋଷଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଥାଉକି, ଗତ ତା ୩୦.୦୫.୨୫ରିଖରେ ତିହିଡି ଥାନାଧିନ କଷଟି ଅଞ୍ଚଳ ଦେଇ ବେଆଇନ୍ ଗୋଚାଲାଣ ହେଉଥିବା ବେଳେ ସନ୍ତୋଷ ପ୍ରତିବାଦ କରିଥିଲେ ।

ସେହି ସମୟରେ ଗୋ-ମାଫିଆଙ୍କ ଆକ୍ରମଣରେ ଶିକାର ହୋଇ ଗୁରୁତର ହେବାପରେ ପ୍ରଥମେ ଭଦ୍ରକ ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଘଟଣାକୁ ନେଇ ତାଙ୍କର ଧର୍ମପତ୍ନୀ ତିହିଡି ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ଏକ ମାମଲା ରୁଜୁ କରି ପର୍ଯ୍ୟାୟକ୍ରମେ ୧୨ ଜଣଙ୍କୁ ଗିରଫ୍ କରିଛି । ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ତିହିଡି ପୋଲିସ ତୀକ୍ଷ୍ଣ ନଜର ରଖିଥିଲା ଏବଂ ଉକ୍ତ ସ୍ଥାନରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ଜାରି ରହିଛି । ତେବେ ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ପ୍ରଶାସନ ବିରୋଧରେ ନାନାଦି ନାରାବାଜି ଆରମ୍ଭ ହୋଇଛି । କେତେକ ସ୍ଥଳରେ ଏହାକୁ ରାଜନୈତିକ ଷଢଯନ୍ତ୍ର କୁହାଯାଉଥିବା ବେଳେ ଆଉ କେତେକ ମୃତ୍ୟୁକୁ ଲୁଚା ଯାଇଥିବା ମଧ୍ୟ ଟ୍ରୋଲ ହେବାର ଲାଗିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |