ପିଲାଙ୍କ ପୋଷାକ ରେ ବ୍ୟାପକ ଦୁର୍ନୀତି , ଅଭିଯୋଗ ଆଣିଲେ ଅଭିଭାବକ |

172

କଟକ (ଉତ୍କଳ ନ୍ୟୁଜ ) ୧୦-୪-୨୦୨୫ : କୋଟିଏ ରୁ ଉର୍ଦ୍ଧ ଟଙ୍କା ର ପୋଷାକ ସ୍କାମ କୁ ଆଲୋଡନ | SHG ଙ୍କୁ ଢାଲ କରି ଶିକ୍ଷା ବିଭାଗ ର ଲୁଟିବା ଉଦ୍ୟମ ନା କାହା ଚାପ ରେ ଶିକ୍ଷା ଅଧିକାରୀ ପିଲାଙ୍କୁ ନିମ୍ନ ମାନର ପୋଷାକ ଯୋଗାଇଲେ ତାହାକୁ ନେଇ ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠିଛି | ଶିକ୍ଷାବର୍ଷ ସରିଲା ଆହୁରି କେତେକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଲିନି ନୂଆ ପୋଷାକ | ଆଉ ଯାହା ପିଲାଙ୍କୁ ଦିଆଯାଇଛି ସବୁ ନିମ୍ନ ମାନର ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି | ପ୍ରତିବର୍ଷ ଜୁଲାଇ ଓ ଅଗଷ୍ଟ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ବଣ୍ଟନ କାର୍ଯ୍ୟକ୍ରମ ଶେଷ ହୋଇଥାଏ ହେଲେ ସରକାର ବଦଳିବା ପରେ ପିଲାଙ୍କୁ ପୋଷାକ ବଣ୍ଟନ ରେ ବ୍ୟାପକ ଅନିୟମିତତା ଯୋଗୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ମାନେ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍‌ ଓ NAC ରେ ଥିବା ପ୍ରାୟ ୧୪୦ ବିଦ୍ୟାଳୟ ର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୨୦୦୦ ପିଲା ଙ୍କ ପାଇଁ ପିଲା ପିଛା ୧ ହଜାର ଟଙ୍କା ଲେଖାଏଁ ପ୍ରାୟ କୋଟିଏ ୨୦ ଲକ୍ଷ ଟଙ୍କା ଅନୁଦାନ ରେ ଚଳିତ ବର୍ଷ ପୋଷାକ ଓ ଜୋତା ମାଗଣା ପାଇବା କଥା । ହେଲେ ଶିକ୍ଷା ବର୍ଷ ସରିଥିଲେ ମଧ୍ୟ ପୋଷାକ ବଣ୍ଟନ ସମ୍ପୂଣ୍ଣ ହୋଇନଥିବା ସୂଚନା ମିଳିଛି | ଯାହା ସୂଚନା ରହିଛି ପୋଷାକ ଯୋଗାଇ ଦେବାକୁ କବିସୂର୍ଯ୍ୟନଗର ବ୍ଲକ ର ଦୁଇଟି ସ୍ଵଂୟ ସହାୟକ ଗୋଷ୍ଠି କୁ ଦାୟିତ୍ବ ଦିଆ ଯାଇଛି. ହେଲେ କାହିଁକି ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ମିଳିପାରିଲାନି ପୋଷାକ? ତାହାକୁ ନେଇ ବହୁ ଅଭିଭାବକ ପ୍ରଶ୍ନ କରିଛନ୍ତି..ଗ୍ରାଉଣ୍ଡଜ଼ିରୋ ରୁ ଅନୁସନ୍ଧାନ କରିବା ପରେ ଜଣାଯାଇଛି ଯେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରେ ପୋଷାକ ବଣ୍ଟନ ପାଇଁ ଆର୍ଥିକ ସମ୍ବଳ ନଥିବା ଦୁଇଜଣ SHG ଙ୍କୁ ଦାୟିତ୍ୱ ଦିଆଯାଇଛି | ସରକାରୀ ନିୟମ ତଥା ଗାଇଡଲାଇନ ଅନୁଯାୟୀ ପୋଷାକ ତିଆରି ୟୁନିଟ ଥିବା ଏବଂ ଆର୍ଥିକ ସମ୍ବଳ ଥିବା SHG ପୋଷାକ ବଣ୍ଟନ ଦାୟିତ୍ୱ ନେବେ ବୋଲି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା ହେଲେ ନିୟମଉଲଂଘନ କରି ଗଣ ଶିକ୍ଷା ବିଭାଗ ବେଆଇନ ଭାବେ ଦାୟିତ୍ୱ ଦେଇଥିବା ଯୋଗୁଁ ପୋଷାକ ବଣ୍ଟନ ରେ ଅବ୍ୟବସ୍ଥା ଦେଖାଦେଇଛି ବୋଲି କୁହାଯାଉଛି | ସେହିପରି ପୋଷାକ ବଣ୍ଟନ ର ମାର୍ଗ ଦର୍ଶକା କୁ ପୁରା ଉଲଂଘନ କରାଯାଇଛି. କୌଣସି ପିଲାର ମାପ ନିଆଯାଇନାହିଁ | ଦୁଇଟି SHG ୧୪୦ ସ୍କୁଲ ବୁଲି ବୁଲି ୧୨ ହଜାର ପିଲାଙ୍କ ମାପ ନେବା ସମ୍ଭବ ନୁହେଁ ବୋଲି ଜଣେ ଅଧିକାରୀ ନିଜସ୍ୱ ମତ ରେ କହିଛନ୍ତି | ଯାହା ଦ୍ୱାରା ନିମ୍ନ ମାନର ପୋଷାକ ସାଙ୍ଗକୁ ସବୁ ସ୍କୁଲ ରେ ନିଅଣ୍ଟିଆ ପୋଷାକ ମିଳିଥିବା ଜଣାଯାଇଛି | ହେଲେ ଏଭଳି ଅବ୍ୟବସ୍ଥା ଭିତରେ ପିଲାଙ୍କ ପୋଷାକ ବଣ୍ଟନ ବ୍ୟବସ୍ଥା ଥିବା ବେଳେ କବିସୂର୍ଯ୍ୟନଗର BEO କିଭଳି ଏବଂ କାହା ଚାପରେ, ବଣ୍ଟନ ଦାୟିତ୍ୱ ଦେଲେ ତାହାକୁ ନେଇ ଅସନ୍ତୋଷ ଦେଖାଦେଇଛି |

ସରକାରୀ ନିର୍ଦେଶନାମା କୁ ଫୁ କରି ନିର୍ଦିଷ୍ଟ ଗ୍ରୁପ ନା ରେ ବ୍ୟାପକ ହେର ଫେର ହୋଇଥିବା ଅଭିଯୋଗ ହୋଇଛି | ପିଲାଙ୍କୁ ଦିଆ ଯାଇଥିବା ପୋଷାକ ଅତି ନିମ୍ନ ମାନର ହୋଇଥିବା ନେଇ ବହୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାହା ସୂଚନା ମିଳିଛି ସଂସ୍ଥା ଯୋଗାଉ ଥିବା ପୋଷାକ କୁ ବିଦ୍ୟାଳୟ କମିଟି ଯାଞ୍ଚ କରିବ ନିମ୍ନ ମାନର ହେଲେ SMC ନିଜେ ବାହାରୁ କିଣିପାରିବ ବୋଲି ସରକାରୀ ଗାଇଡ଼ ଲାଇନ ଥିବା ବେଳେ କବିସୂର୍ଯ୍ୟନଗର ଶିକ୍ଷା ଅଧିକାରୀ ଙ୍କ ଚାପ ଓ ଅଲିଖିତ ନିର୍ଦେଶରେ ନିମ୍ନ ମାନର ପୋଷାକ କୁ ସବୁ ଶିକ୍ଷକ ଗ୍ରହଣ କରି ୧୨ ହଜାର ପିଲାଙ୍କ ପ୍ରତି ବିଶ୍ୱାସଘାତ କରି ଅଧିକରୀ ଓ SHG ପ୍ରତି ଅନୁକମ୍ପା ଦେଖାଇଥିବା ଶୁଣାଯାଉଛି ହେଲେ କବିସୂର୍ଯ୍ୟନଗର ବ୍ଲକ ରେ ପୋଷାକ ବଣ୍ଟନ ନା ରେ ହୋଇଥିବା ଅନିୟମିତତା ସାଙ୍ଗକୁ ବିରାଟ ସ୍କାମ ର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି ଅଭିଭାବକ ମାନେ | ଗଂଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |