କଟକ (ଉତ୍କଳ ନ୍ୟୁଜ ) ୨୧-୦୩-୨୦୨୫ : ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଆଇସ୍କ୍ରିମ୍ ପ୍ୟାକ୍ଟେରୀ ମାଲିକ ଗିରଫ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ଦୋଳସାହି ବଜାରସ୍ଥିତ ଏକ ଆଇସକ୍ରିମ ଫ୍ୟକ୍ଟେରୀରେ । ମାଲିକ କ୍ଷୀରୋଦ ବେହେରା ଓରଫ ଶିବ (୫୬) ଏପରି ଜଘନ୍ୟ କାଣ୍ଡ କରିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ପୋଲିସ ତାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ ଜନୈକା ୧୧ ବୟସ୍କା ଛାତ୍ରୀ ଗୁରୁବାର ସନ୍ଧ୍ୟାରେ ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ନିଜ ଆଇସକ୍ରିମ ଫ୍ୟକ୍ଟେରୀ ଥିବା ଅଭିଯୁକ୍ତ ଶିବ ଆଇସକ୍ରିମ ଦେବାର ଲୋଭ ଦେଖାଇ ତାକୁ ଡାକି ନେଇଥିଲେ । ସେଠାରେ ତାହା ସହ ଅସଦାଚରଣ କରିଥିଲେ । ତେବେ ସଂପୃକ୍ତା ନାବାଳିକା ଘରେ ପହଁଚି ସମସ୍ତ ଘଟଣା ଘରେ ପ୍ରକାଶ କରି ଦେଇଥିଲେ । ନାବାଳିକାର ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଶିବକୁ ଗିରଫ କରିଛି । ଶିବର ଘର ଦୋଳସାହି ଗ୍ରାମରେ ବୋଲି ଜଣାପଡ଼ିଛି । ପୋକ୍ସୋ ଆଇନ୍ ସମେତ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ସଂଗୀନ ଦଫାରେ ମାମଲା ରୁଜୁ କରାଯାଇ ଶିବକୁ କୋର୍ଟ ଚାଲାଣ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |