କଟକ (ଉତ୍କଳ ନ୍ୟୁଜ ) ୩-୦୨-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟରେ ଏକ ନୂତନ ବ୍ଲକ ଗଠନ ଦାବିରେ ସର୍ବଦଳୀୟ ପ୍ରସ୍ତୁତି ବୈଠକ ବାସନ୍ତୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫୁଲ କୁମାର ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ଭଦ୍ରକ ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ ଯୋଗଦେଇ ତିହିଡି ବ୍ଲକକୁ ଏକ ନୂତନ ବିଧାନସଭା ମଣ୍ଡଳୀ କରିବା ସହିତ ପୀରହାଟକୁ ଏକ ବ୍ଲକ ଗଠନ କରିବା ଲାଗି ସମସ୍ତ ଭିତ୍ତିଭୂମି ରହିଛି ଏବଂ ରାଜ୍ୟ ସରକାର ଚାହିଁଲେ ଏହା ସମ୍ଭବ ହୋଇପାରିବ ବୋଲି କହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତିହିଡି ବ୍ଲକର ସିନ୍ଦୋଳ, ମଙ୍ଗଳପୁର, ବାରସର, ଗୋବିନ୍ଦପୁର, ଦୌଲତପୁର, ସାହାପୁର, ହରସିଂପୁର, ବାମନବିନ୍ଧା, ରାଜନଗର, ଜାମଯୋଡି, ନରେନ୍ଦ୍ରପୁର ପଞ୍ଚାୟତକୁ ସାମିଲ କରାଯିବ ଏବଂ ଲୋକସଂଖ୍ୟା ତୁଳନାରେ ଏହା ଯଦି କମ୍ ହୁଏ ତେବେ ନିକଟସ୍ଥ ବ୍ଲକର କେତେକ ପଞ୍ଚାୟତକୁ ସାମିଲ କରାଯିବ ବୋଲି ଆଲୋଚନା ହୋଇଥିଲା । ସମସ୍ତ ପଞ୍ଚାୟତରେ ଜନସଚେତନତା ସୃଷ୍ଟି କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ପଞ୍ଚାୟତ ସମେତ ଛକ, ବଜାର ଓ ଗାଁ ଗଣ୍ଡାରେ ଏନେଇ ବୈଠକ ଜରିଆରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ଉଚିତ । ଉପଦେଷ୍ଟା କମିଟି ସହିତ କୋର କମିଟି ଗଠନ କରାଯାଇ ଏହି ଅଭିଯାନକୁ ସାକାର କରାଯିବ ବୋଲି ମତପ୍ରକାଶ ପାଇଥିଲା । ତିହିଡି ବ୍ଲକ ଠାରୁ ଏହି ସବୁ ପଞ୍ଚାୟତ ବହୁ ଦୂରତା ସମ୍ପନ୍ନ । ନୂତନ ବ୍ଲକ ଗଠନ ହେଲେ ସମସ୍ତେ ବହୁଳଭାବେ ଉପକୃତ ହୋଇ ପାରିବେ । ରାଜ୍ୟ ସରକାରଙ୍କ ତରଫରୁ ନୂତନ ବ୍ଲକ ଗଠନ କରିବା ଲାଗି ଯେଉଁ ପ୍ରସ୍ତାବ ରହିଛି ଏହା ସମସ୍ତଙ୍କ ପାଇଁ ଉପଯୁକ୍ତ ସମୟ ଏବଂ ଦାବି କରାଯିବା ସହିତ ଏପରି ଲଢେଇ ରହିଲେ ସଫଳ ହୋଇ ପାରିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ହରିଶ୍ଚନ୍ଦ୍ର ବାରିକ, ଜଗନ୍ନାଥ ନାୟକ, ସନ୍ଥଚରଣ ବିଶ୍ୱାଳ, ଦିଲ୍ଲିପ ମହାନ୍ତି, ସୁରେନ୍ଦ୍ର ବଳ, ବିଷ୍ଣୁ ଦାଶ, ମୁକ୍ତିକାନ୍ତ ନାୟକ, ବୈକୁଣ୍ଠନାଥ ପାଣି, ମାନସ ନାୟକ, ହିମାଦ୍ରୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଅମୁଲ୍ୟ ମାଝୀ, ସଂଗ୍ରାମ ମହାନ୍ତି, ରାଜାରାମ ମହାକୁଡ ପ୍ରମୁଖ ମଞ୍ଚାସୀନ ହେବା ସହିତ ସରପଞ୍ଚ ସୁପ୍ରଭା ପାଣି ଓ ଅଜୟ ମହାନ୍ତି, ସମିତି ସଭ୍ୟ ଦେବେନ୍ଦ୍ର ଦାସ, ସନାତନ ମିଶ୍ର, ସୁରେନ୍ଦ୍ର ସାହୁ, ଅମର ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ରଞ୍ଜୁଲତା ଗାହାଣ, ଧ୍ରୃବଚରଣ ପାଣିଗ୍ରାହୀ, ବୁଦ୍ଧିରାମ ସେଠୀ, ଦେବେନ୍ଦ୍ର ମହାକୁଡ, ଖାରବେଳ ମହାକୁଡ, ବାବାଜୀ ମହାକୁଡ, ରତିକନ୍ତ ମହାକୁଡ, ପ୍ରେମାନନ୍ଦ ପଣ୍ଡା, ମହେଶ୍ୱର ରାଉତ, ଅନିରୁଦ୍ଧ ବାରିକ, ରବିନ୍ଦ୍ର ବଳ, ଅଭୟ କର, ବାଙ୍କବିହାରୀ ମଲ୍ଲିକ, ରବିନ୍ଦ୍ର ବାରିକ ପ୍ରମୁଖ ବୈଠକରେ ସାମିଲ ହୋଇ ସହମତି ପ୍ରକାଶ କରିବା ସହିତ ଆଗାମୀ ଦିନରେ ଆବଶ୍ୟକ ମୁତାବକ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |