ଆଦର୍ଶ ଶିକ୍ଷକ କପିଳେନ୍ଦ୍ର ବଳଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳୀ |

256

ତିହିଡି, ୨୯.୦୧: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧିନ ଗନ୍ଧର୍ବପୋଖରୀ ନିବାସୀ ଆଦର୍ଶ ଶିକ୍ଷକ ତଥା ପୂଜ୍ୟ ଗୁରୁ ସ୍ୱର୍ଗତ କପିଳେନ୍ଦ୍ର ବଳଙ୍କୁ ଅଶ୍ରୃଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ଏହି ଅବସରରେ ତାଙ୍କ ବାସଭବନରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷାବିତ ଦୁଃଶାସନ ପାଢ଼ୀଙ୍କ ସଭାପତିତ୍ୱ ଏବଂ ଯୁବକବି ରବି କୁମାର ମହାନ୍ତିଙ୍କ ସଞ୍ଚଳନରେ ଦିବଗଂତ ଶିକ୍ଷକଙ୍କ କର୍ମସ୍ଥଳୀ ସାଟିଉଟି ପ୍ରାଥମିକ ବିଦ୍ୟାଳୟର ବହୁ ପୂରାତନ ଛାତ୍ରଛାତ୍ରୀ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ବରିଷ୍ଠ ଶିକ୍ଷାବିତ ରାମଚନ୍ଦ୍ର ବାରିକ, ଗଣେଶ ପ୍ରସାଦ ଦାସ, ସୁରେନ୍ଦ୍ର ସାହୁ, ଗୟାଧର ପରିଡ଼ା, କୃପାସିନ୍ଧୁ ମହାନ୍ତି, ସୁନୀଲ ରାଉତ, ଦେବସ୍ମିତା ବଳ ଓ ଚନ୍ଦ୍ରକାନ୍ତି ନାୟକ ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସାହିତ୍ୟିକ ଧିରେନ୍ଦ୍ର କୁମାର ବଳ, ଶିକ୍ଷକ ସୁବାସ ଚନ୍ଦ୍ର ଦାସ ଓ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସ୍ମୃତି ଚାରଣ କରିଥିଲେ । କୈଳାସ ଚନ୍ଦ୍ର ଦାସ, ପୁତ୍ର ପ୍ରଫୁଲ୍ଲ ବଳ, ବିଜୟ ବଳ ଓ ପ୍ରକାଶ ବଳ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ପରିବାର ତରଫରୁ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ସ୍ୱର୍ଗତ ବଳ ଜୀବନବ୍ୟାପୀ ବିନା ଚପଲରେ ଯାଅଆସ କରିଥାନ୍ତି । ଜଣେ ସରଳ, ମେଳାପୀ, ଧର୍ମ ପରାୟଣ, ନିଷ୍କପଟ, ନିରାଡମ୍ବର ଓ ଅମାୟିକ ବ୍ୟକ୍ତି ଭାବରେ ସେ ସମସ୍ତଙ୍କଠାରେ ପରିଚିତ ଥିଲେ । ସାଧାରଣ ଘଟଣାରେ ଗାଁରେ ଯେପରି କଳିକଜିଆ ନହୁଏ ସେଥିପ୍ରତି ଧ୍ୟାନ ଦେଇ ଆସୁଥିଲେ । ଶେଷରେ ଶିକ୍ଷକଙ୍କ କୀର୍ତ୍ତୀ ଅମର ରହିବ ବୋଲି ମତ ପ୍ରକାଶ ପାଇଥିଲା ଏକ ଭାବ ବିହ୍ୱଳ ତଥା ଶୋକାକୁଳ ପରିବେଶ ମଧ୍ୟରେ ଉକ୍ତ ଗ୍ରାମର ଗ୍ରାମବାସୀ, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ ଏବଂ ତାଙ୍କୁ ଭଲପାଉଥିବା ବ୍ୟକ୍ତିବିଶେଷ ନିଜ ନିଜର ମନର କଥା କହି ସ୍ମୃତି ଚାରଣ କରିଥିଲେ । କର୍ମ ସ୍ଥଳୀ ସାଟିଉଟି ସମେତ ଇନ୍ଦିରା, ଆରୁହା ଓ ସନ୍ଥପୁରାର ଅନେକ ଛାତ୍ରଛାତ୍ରୀ ତାଙ୍କ ପ୍ରେରଣାରେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତାଙ୍କ ଯଶ କୀର୍ତ୍ତ ଚିର ଅମର ରହିବ ବୋଲି ମତ ପ୍ରକାଶ ପାଇଥିଲା ।