ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଦିବ୍ୟଭୂମିର ବାର୍ଷିକ ଉତ୍ସବ ଏବଂ ଆଶ୍ରମର ପ୍ରତିଷ୍ଠା ଦିବସ |

132

କଟକ (ଉତ୍କଳ ନ୍ୟୁଜ ) ୨୮-୦୧-୨୦୨୫ : ଭଦ୍ରକ ଜିଲ୍ଲା କୋହ୍ଲ ପଞ୍ଚାୟତ ଅଧିନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ଦିବ୍ୟଭୂମିର ୨୭ତମ ବାର୍ଷିକ ଉତ୍ସବ ଏବଂ ଆଶ୍ରମର ୪୪ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ସୋମବାର ଦିନତମାମ ପାଳିତ ହୋଇଯାଇଛି। ସକାଳ ୮.୩୦ ଘଟିକାରେ ବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମହାପାତ୍ର ପାତୃ ପତାକା ଉତ୍ତୋଳନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ନୃସିଂହ ଚରଣ ମହାପାତ୍ର, ମ୍ୟାନେଜିଂ ଟ୍ରଷ୍ଟି ହରିହର ସେନାପତି, ବିଷ୍ଣୁମୋହନ ନାୟକ ଓ କୃଷ୍ଣପ୍ରିୟା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଆଶ୍ରମର ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମାର୍ଚ୍ଚଫାଷ୍ଟ, ଅଭିନୟ ସଂଗୀତ ଏବଂ କ୍ରୀଡା ନୈପୁଣ୍ୟ କ୍ରୀଡା ଶିକ୍ଷକ ଅଶୋକ କୁମାର ସାମଲ ପରିଚାଳନା କରିଥିଲେ। ଅପରାହ୍ନରେ ଦ୍ୱିତୀୟ ଅଧିବେଶନରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ନୃସିଂହ ଚରଣ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତଭାବେ ଓଡିଶା ସାହିତ୍ୟ ଏକାଡେମି ପୁରଷ୍କାରପ୍ରାପ୍ତ, ସାହିତ୍ୟିକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ସମ୍ମାନୀତ ଅତିଥିଭାବେ ବିଡିଓ ଜ୍ୟୋତିର୍ମୟ କର ଯୋଗଦେଇ ଜଣେ ଭଲ ମଣିଷ ହେବା ପାଇଁ ଏପରି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ନିତ୍ୟାନ୍ତ ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ। ସ୍ୱାଗତ ନୃତ୍ୟ ପରେ ସୁଶ୍ରୀ ବାସନ୍ତୀଲତା ଦାସ ସାବିତ୍ରୀ ପାଠ କରିଥିଲେ। ପରେ ଭଗବତୀ ପଣ୍ଡା ଗୀତା ପାଠ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମହାପାତ୍ର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। କଳା ଶିକ୍ଷକ ନିତ୍ୟାନନ୍ଦ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ତଥାସ୍ତୁ”ର ଶୁଭ ଉନ୍ମୋଚନ କରାଯାଇଥିଲା। ବିଦ୍ୟାଳୟରେ କ୍ରୀଡାରେ କୃତ୍ତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କାର ସ୍ୱରୂପ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ଶେଷରେ ବିଦ୍ୟାଳର ଉପାଧ୍ୟକ୍ଷ ପାର୍ଥସାରଥି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଧ୍ୟାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବିଦ୍ୟାଳୟର ସଂଗୀତ ଶିକ୍ଷକ ସୁଧାଂଶୁ ରଞ୍ଜନ ନାୟକ ମାତୃ ବନ୍ଦନା ସହିତ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଦ୍ୟାଳୟର କଳା ଶିକ୍ଷକ ନିତ୍ୟାନନ୍ଦ ରାଉତଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ବନ୍ଧୁ ପ୍ରେମେ ବନ୍ଧୁ ବନ୍ଧା ପଡିଛି” ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା ସମିତିର ସମସ୍ତ ସଭ୍ୟ ଏବଂ ପ୍ରିତିନନ୍ଦା ନାୟକ, ନାୟକ ବର୍ମା, ସରସ୍ୱତୀ ପାଣିଗ୍ରାହୀ, ସତ୍ୟଭାମା ଯେନା, ଭାରତୀ ପାଣିଗ୍ରାହୀ, ଅନୁରାଧା ରାୟ, ମଞ୍ଜୁଳା ମିଶ୍ର, ମୀନତି କର, ମୀନତି ନାୟକ, ଗଙ୍ଗାଧର ବେହେରା, ରାହାସ ବିହାରୀ ବଳ, ଅଜୟ ପତି, ବିକ୍ରମ କେଶ୍ୱରୀ ପରିଡା, ସଞ୍ଜିବ ପଣ୍ଡା, ସଞ୍ଜୟ ନାୟକ ଓ ରତିକାନ୍ତ ବାରିକ ପ୍ରମୁଖ ପରିଚାଳନା କରିଥିଲେ। ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |