ଭିନ୍ନକ୍ଷମ ଶିବିରରେ ମୃତ୍ୟୁ କୁ ନେଇ ନ୍ୟାୟ ପାଇଁ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କଲେ ମୃତକ ଙ୍କ ପତ୍ନୀ |

384

କଟକ (ଉତ୍କଳ ନ୍ୟୁଜ ) ୨୨-୦୧-୨୦୨୫ : ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୬ ନମ୍ବର ୱାର୍ଡ ଚାରିଘରିଆ ଗ୍ରାମ ର ଇନ୍ଦ୍ରମଣି ପୃଷ୍ଟି ଙ୍କ ମୃତ୍ୟୁ କୁ ନେଇ ଚୌଦ୍ୱାର ରେ ଚର୍ଚ୍ଚା | ଭିନ୍ନକ୍ଷମ ଶିବିରରେ ଇନ୍ଦ୍ରମଣି ଙ୍କ ମୃତ୍ୟୁ କୁ ନେଇ ସ୍ତ୍ରୀ ଉର୍ମିଳା ପୃଷ୍ଟି ଟାଙ୍ଗି ଚୌଦ୍ୱାର ବିଡ଼ିଓ ଙ୍କୁ ନ୍ୟାୟ ପାଇଁ ଲିଖିତ ଅଭିଯୋଗ ଜଣାଇଲେ | ସୋମବାର ଟାଙ୍ଗି ବିଦ୍ୟାପୀଠ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ତରଫରୁ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା | ଏହି ଶିବିର ରେ ଟାଙ୍ଗି ଅଂଚଳ ରୁ ପ୍ରାୟ ୧୫୦୦ ରୁ ଉର୍ଧ ଦିବ୍ୟାଙ୍ଗ ସେମାନଙ୍କ ର ପୁନଃ ପଂଜିକୃତ କରିବାକୁ ଆସିଥିଲେ | ନୂଆ କରି ମଧ୍ୟ ବହୁ ଦିବ୍ୟାଙ୍ଗ ଭତ୍ତା ପାଇବା ଆଶା ରେ ଶିବିର କୁ ଆସିଥିଲେ | ଉକ୍ତ ଶିବିର କୁ ଚାରିଘରିଆ ଗ୍ରାମ ର ଉର୍ମିଳା ପୃଷ୍ଟି ଓ ତାଙ୍କ ପୁଅ ପ୍ରିତିରଞ୍ଜନ ପୃଷ୍ଟି ଦିବ୍ୟାଙ୍ଗ ବାପା ଙ୍କୁ ନେଇ ଆସିଥିଲେ | ତେବେ ସ୍ତ୍ରୀ ଉର୍ମିଳା ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ସ୍ୱାମୀ ଭିନ୍ନକ୍ଷମ ଥିଲେ ଓ ଆଗରୁ ସରକାର ଙ୍କ ପକ୍ଷରୁ ଭତ୍ତା ପାଉଥିଲେ | ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥା ରେ ଶିବିରରେ ପହଂଚି ନମ୍ବର କରି ଅପେକ୍ଷା କରିଥିଲେ |ଉକ୍ତ ଶିବିର ରେ ପ୍ରବଳ ଭିଡ଼ ଓ ପ୍ରଶାସନ ର ଅବ୍ୟବସ୍ଥା ଯଥା : ଡାକ୍ତର ମାନେ ପ୍ରାୟ ୨ ଘଣ୍ଟା ଡେରିରେ ପହଂଚିବା , ବସିବା ପାଇଁ ସ୍ଥାନ ନଥିବା , ପିଇବା ପାଣି ନ ଥିବା , ରୋଗୀ ଙ୍କ ପାଇଁ ହୁଇଲ ଚେୟାର ଅଭାବ ସହ ଶିବିର ରେ ଶୃଙ୍ଖଳା ନ ଥିବା ରୁ ମୋର ସ୍ୱାମୀ ଇନ୍ଦ୍ରମଣି ପୃଷ୍ଟି ଙ୍କ ସେଇଠାରେ ଜୀବନ ଚାଲିଯାଇଥିଲା | ଏଭଳି ଅବ୍ୟବସ୍ଥା ପାଇଁ ଠେଲାପେଲା ମଧ୍ୟ ରେ ତାଙ୍କ ସ୍ୱାମୀ ଇନ୍ଦ୍ରମଣି ପୃଷ୍ଟି ଅଣନିଶ୍ୱାସୀ ହୋଇଯାଇଥିଲେ |ଅଧିକ କଷ୍ଟ ହେବାରୁ ଉପସ୍ଥିତ ଡାକ୍ତର ଓ କର୍ମକର୍ତ୍ତା ଙ୍କୁ ଯେତେ ନିବେଦନ କଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ , ଯାହାଫଳ ରେ ସେଇଠାରେ ସ୍ୱାମୀ ଙ୍କ ଜୀବନ ଚାଲିଯାଇଥିଲା | ବହୁ ସମୟ ପରେ ଆମ୍ବୁଲାନ୍ସ ରେ ନିକଟସ୍ଥ ପଦ୍ମିନୀ କେୟାର କୁ ମୋର ସ୍ୱାମୀ ଙ୍କୁ ନେଇଥିଲେ , ହେଲେ ଡାକ୍ତର ସେଠାରେ ତାଙ୍କ ସ୍ୱାମୀ ଙ୍କ ବହୁ ପୂର୍ବ ରୁ ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ | ଏ ନେଇ ଉର୍ମିଳା ବୁଧବାର ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିବା ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ , ଓଡିଶା , ଜିଲ୍ଲାପାଳ , କଟକ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , କଟକ ବିଧାୟକ , ଟାଙ୍ଗି ସାଲେପୁର , ବିଧାୟକ , ଚୋୖଦ୍ବାର କଟକ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା ମାଗିଛନ୍ତି | ଏ ନେଇ ବିଡ଼ିଓ ସୌମ୍ୟା ବିଶ୍ୱାଳ ଘଟଣା ର ତୁରନ୍ତ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି |