ପାହାଡ଼ ଉପରେ ପ୍ରକଟ ହେଲେ ଦେବ ଦେବ ମହାଦେବ !

27

କଟକ (ଉତ୍କଳ ନ୍ୟୁଜ ) ୧୪-୧-୨୦୨୫ : ପାହାଡ଼ ଉପରେ ପ୍ରକଟ ହେଲେ ଦେବ ଦେବ ମହାଦେବ !, ସ୍ୱପ୍ନାଦେଶ ପରେ ଆବିର୍ଭାବ ହେଲେ | ବିଶ୍ୱାସ ରହିଛି ଯେ ଯେଉଁଠି ଭକ୍ତ ସେଇଠି ଭଗବାନ ଆଉ ଯେଉଁଠି ଭଗବାନ ସେଇଠି ଭକ୍ତ, ଭକ୍ତ ପାଇଁ ସେ ଆଚ୍ଛାଦିତ ଗଭୀର ଜଳରାଶିର ବାଲୁକା ଭୂମୀ ହେଉ ଅବା କୌଣସି ପର୍ବତର ଶିଖର ଦେଶ, ଭକ୍ତ ଛୁଟି ଯାଏ ତାର ପ୍ରଭୁଙ୍କୁ ଟିକେ ଦର୍ଶନ ନିମନ୍ତେ। ସ୍ୱପ୍ନାଦେଶ ପାଇବା ପରେ ଏମିତି ଏକ ଚମତ୍କାର ଦେଖିବାକୁ ମିଳିଛି ଆଠଗଡ଼ ବ୍ଲକ୍ ପୁରୁଷତ୍ତମପୁର (ପାନିଆଁ ମା) ଗାଁ ସୁବାସୀ ପାହାଡ଼ ଉପରେ। ପାନିଆମା ନିକଟସ୍ତ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଠାରୁ ପାଖାପାଖି ପାଞ୍ଚ କିଲୋମିଟର ଦୂରରେ ରହିଛି ସୁବାଶି ପାହାଡ଼ ।ସେହି ଗ୍ରାମର ଶରତ ବେହେରାଙ୍କୁ ଦୀର୍ଘ ପନ୍ଦର ବର୍ଷ ଧରି ବାରମ୍ଵାର ସ୍ୱପ୍ନାଦେଶ ହେଉଥିଲା ଗାଁ ନିକଟ ସୁବାସି ପାହାଡ଼ ଉପରେ ବାବା ଭୋଳାନାଥଙ୍କ ଫୁଟା ଲିଙ୍ଗ ଅବସ୍ଥିତ କିନ୍ତୁ କୌଣସି ଗୁରୁତ୍ଵ ଦେଉ ନଥିଲେ ଶରତ। ବାରମ୍ଵାର ଦୁଃସାହାସିକ ସ୍ବପ୍ନ ଦେଖିବା ପରେ ଗ୍ରାମରେ କିଛି ଲୋକ ମାନଙ୍କୁ ଜଣାଇ ଥିଲେ ମଧ୍ୟ କେହି କଥାଟାକୁ ସେତେ ଗୁରୁତ୍ଵ ଦେଇ ନଥିଲେ। କିନ୍ତୁ ଚଳିତ ବର୍ଷ ମାର୍ଗଶିର ମାସର ପ୍ରଥମ ଗୁରୁବାର ଦିନ ପୁଣୀ ସ୍ୱପ୍ନାଦେଶ ହେବା ପରେ ଶରତ ନିଜ ଗ୍ରାମରେ ତ୍ରିନାଥ ମେଳା ଚାଲିଥିବା ବେଳେ ଯାଇ ସମସ୍ତ ଗ୍ରାମବାସୀଙ୍କୁ ଜଣାଇଥିଲେ। ଆରମ୍ଭ ହୋଇଥିଲା ଫୁଟା ଲିଙ୍ଗ ଦର୍ଶନ। ଦୁଇ ବିରାଟକାୟ ପଥର ସନ୍ଧିରେ ବାବାଙ୍କ ଲିଙ୍ଗ ଦେଖିବାକୁ ମିଳିଥିଲା, କେବଳ ସେତିକି ନୁହେଁ କିଛି ଦୂରରେ ବୃଷବ ଆକୃତିର ଏକ ବିଶାଳ ପଥର ଖଣ୍ଡ ମଧ୍ୟ ଦେଖିବାକୁ ମିଳିଛି। ଖବର ପ୍ରଚାର ପ୍ରସାର ପରେ ଛୁଟିଥିଲା ଭକ୍ତଙ୍କ ଭିଡ। ପ୍ରତିଦିନ ଏହି ଜାଗାକୁ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଦର୍ଶନ ନିମନ୍ତେ ଆସୁଥିବା ଦେଖିବାକୁ ମିଳୁଛି। ଆଠଗଡ ରୁ ଶ୍ରୀଧର ସେଠି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |