ମା ଡମଡ଼ମଣୀ ପୀଠ ରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ |

312

କଟକ ( ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୫ : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ମା ଡମଡ଼ମଣୀ ପୀଠ ରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୋଇଯାଇଛି | ପ୍ରତିବର୍ଷ ପରି ଚଳିତ ବର୍ଷ ମହା ସମାରୋହ ରେ ମକର ମେଳା ଅନୁଷ୍ଠିତ ହୋଇଛି | ପାହାଡ଼ , ଘଞ୍ଚ ଜଙ୍ଗଲ ମଧ୍ୟ ରେ ଥିବା ମା ଡମଡ଼ମଣୀ ପ୍ରତେକ୍ଷ ଦେବୀ ଭାବେ ପରିଚିତ | ମା ଙ୍କ ପାଖ ରେ ମାନସିକ ରଖିଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହି ଆସିଛି | ଆଜି ମା ଙ୍କ ଦର୍ଶନ ସହ ଜଙ୍ଗଲ ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଲାଗିରହିଥିଲା | ପୀଠ ର ଚତୁର୍ପାଶ୍ୱ ରେ ଏବଂ ରାସ୍ତା ର ଏକ କିଲୋମିଟର ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱ ରେ ହଜାର ହଜାର ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ପସରା ଖୋଲିଥିଲେ | ଚଟପଟି ଖାଦ୍ୟ ସହ ଘର କରଣା ଜିନିଷ କିଣାବିକା କୁ ନେଇ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ଚୌଦ୍ୱାର ପୁଲିସ ପ୍ରଶାସନ ପକ୍ଷ ରୁ ଯାତ୍ରା ର ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦବୋସ୍ତ କରିଥିବା ବେଳେ ବନବିଭାଗ ପକ୍ଷ ରୁ ମଧ୍ୟ ଯାତ୍ରା ରେ ଯାତ୍ରୀ ଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା |