ଓହଳିଥିବା ୧୧ କେଭିଏ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଯୁବଚାଷୀ ମୃତ |

225

କଟକ (ଉତ୍କଳ ନ୍ୟୁଜ ) ୨୭-୧୨-୨୦୨୪ : ଓହଳିଥିବା ୧୧ କେଭିଏ ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଯୁବଚାଷୀ ମୃତ । ମୃତକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୌରାଞ୍ଚଳ ଅଧିନ ନରସିଂହପୁର ଗ୍ରାମର ଭଗବାନ ଦାସଙ୍କ ପୁଅ ପ୍ରମୋଦ ଦାସ ବୋଲି ଜଣାଯାଇଛି । ପ୍ରମୋଦ ନିଜ ଜମିରେ ଧାନ ବିଡା ଗଦା କରୁଥିବା ବେଳେ ପୂର୍ବରୁ ଓହଳି ରହିଥିବା ୧୧କେଭିଏ ବିଦ୍ୟୁତ ତାର ଛିଡି ତାଙ୍କ ଉପରେ ପଡିଥିଲା । ସଂଗେ ସଂଗେ ତାଙ୍କ ଶରୀର ଜଳିବା ସହ ଧାନଗଦା ଜଳିବାକୁ ଆରମ୍ଭ କରିଥିଲା । କେହି କିଛି ବୁଝିବା ପୂର୍ବରୁ ପ୍ରମୋଦଙ୍କ ସହ ୨ ଏକର ଧାନ କ୍ଷେତ ମଧ୍ୟ ଜଳିଥିଲା । ବିଦ୍ୟୁତ ତାରରୁ ନିଆଁ ଲାଗି ଥିବାରୁ ଭୟରେ କେହି ପାଖକୁ ଯାଇ ନଥିଲେ । ଫଳରେ ଘଟଣା ସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା । ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ମାତ୍ର ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖା ଦେଇଛି । ବିଦ୍ୟୁତ ବିଭାଗର ବେପରୁଆ ନୀତି ପାଇଁ ପ୍ରମୋଦଙ୍କର ମୃତ୍ୟୁ ହୋଇଥିବା ଦାବୀ କରି ମୃତକ ପରିବାରକୁ କ୍ଷତି ପୂରଣ ପ୍ରଦାନ ଲାଗି ଦାବି କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |