କଟକ (ଉତ୍କଳ ନ୍ୟୁଜ ) ୨୦-୧୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ, ଆରୁହାର ୩୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଇକୋ କ୍ଲବ ଓ ଏନର୍ଜି କ୍ଲବର ମିଳିତ ଆନୁକୂଲ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୁଇଦିନ ବ୍ୟାପୀ ଶହେ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଡିସକସ୍, ମ୍ୟୁଜିକ୍ ଚେୟାର ଆଦି ଖେଳ ଅନୁଷ୍ଠିତ ହୋଇଥିଲା । ଏତତ୍ ବ୍ୟତିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀନ, ନୃତ୍ୟ, ଆବୃତ୍ତି, ଡିବେଟ୍ ଓ ଚିତ୍ରାଙ୍କନ ସହିତ ସାଧାରଣ ଜ୍ଞାନ, ଗଳ୍ପ ଓ ପ୍ରବନ୍ଧ ଲିଖନ ଆଦି ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଅପରାହ୍ନରେ ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥିଭାବେ ସରପଞ୍ଚ ସୁପ୍ରଭା ପାଣି, ମୁଖ୍ୟ ବକ୍ତାଭାବେ ସମିତି ସଭ୍ୟ ନକୁଳ ବାରିକ, ସମ୍ମାନୀତ ଅତିଥିଭାବେ ସମାଜସେବୀ ମୀନ କେତନ ସେନାପତି, ଶିକ୍ଷକ ସନ୍ତୋଷ ପଣ୍ଡା ଓ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ହେତୁ ସରକାରଙ୍କ ସମସ୍ତ ସହାୟତା ପହଂଚି ପାରୁନଥିବା ଏବଂ ଅବସର ଗ୍ରହଣ ପରେ ପଦବୀ ପୂରଣ ହେଉନଥିବା ଆଲୋଚନା ହୋଇଥିଲା । ଏହ ଅବସରରେ ଛାତ୍ରଛାତ୍ରୀମାନଙ୍କ ତରଫରୁ ଦେଶାତ୍ମକବୋଧକ ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଉପରୋକ୍ତ ଖେଳରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଶାନ୍ତ ମିଶ୍ର, ନୃସିଂହ ପଣ୍ଡା, ସୁବାଶ ଦାସ, ଅଭୟ ସେନାପତି, ଭାଗିରଥି ବେହେର, ବାଇଧର ଜେନା, ଅଶୋକ ନାୟକ ପ୍ରମୁଖ ଶିକ୍ଷକ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |