କଟକ (ଉତ୍କଳ ନ୍ୟୁଜ ) ୦୨-୧୨-୨୦୨୪ : ଜାତୀୟ ସଂପତ୍ତିର ଘରୋଇ କରଣ ବନ୍ଦ କର, ଓଡିଶାର ସମସ୍ତ ପଞ୍ଚାୟତରେ ସରକାରୀ ଧାନ କ୍ରୟ ମଣ୍ଡି ଖୋଲ, ଧାନକିଣାରେ ଟୋକନ ବ୍ୟବସ୍ଥା ବାତିଲ କରି ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ପ୍ରତ୍ୟେକ୍ଷ ଧାନ କିଣ, ଓଡିଶାରେ ନିଯୁକ୍ତି ଭିତ୍ତିକ ସରକାରୀ କାରଖାନା ଖୋଲ, ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ପଦବୀ ପୂରଣ କର ଆଦି ଦାବିନେଇ ସିପିଆଇଏମ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଅଭିଯାତ୍ରୀ ଦଳ ଦ୍ୱିତୀୟ ଦିନରେ ବନ୍ତ, ଭଦ୍ରକ ରେଳଷ୍ଟେସନ, ପୁରୁଣା ବଜାର, ଚନ୍ଦନ ବଜାର, ତିହିଡି ଆଦି ସ୍ଥାନରେ ପଥପ୍ରାନ୍ତ ସଭା କରା ଯାଇଛି । ଏହି ସଭାରେ ସିପିଆଇଏମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ସ୍ତମ୍ଭକାର ସନ୍ତୋଷ ଦାସ, ସିପିଆଇଏମ ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଭଦ୍ରକ ଆଞ୍ଚଳିକ କମିଟି ସଂପାଦକ ରାଧାନାଥ ଦାସ, ମହିଳା ନେତ୍ରୀ ସୁରଜିତା ନାୟକ, ଗିରିଧାରୀ ନାଥ, କାଳନ୍ଦୀ ପାତ୍ର, ମଳୟ ଭୋଇ, ବିଷ୍ଣୁ ଦାଶ, ବରିଷ୍ଠ ବାମପନ୍ଥୀ ନେତା ବୈଲୋଚନ ଯେନା, ସେକ୍ କମର, ସେକ୍ କାଲୁ, ଯୁବ ଆଇନଜୀବୀ ପରମେଶ୍ଵର ବାରିକ୍, ଯୁବ ନେତା ପ୍ରତାପ ସେଠୀ ଓ ବିନୋଦ ସାହୁ ପ୍ରମୁଖ ସାମିଲ ହୋଇ ଆସନ୍ତା ଡିସେମ୍ବର ୧୬ କଟକ ସମାବେଶକୁ ସଫଳ କରିବାକୁ ନିବେଦନ କରିଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |