ପୋଲିସ ଗାଡିକୁ ଧକ୍କା ଦେବା ମହଙ୍ଗା ପଡିଲା, କୁଖ୍ୟାତ କୋଇଲା ଚୋର ଜୀବନଜ୍ୟୋତି ବଳ ଓ ସହଯୋଗି ଗିରଫ।

191

କଟକ (ଉତ୍କଳ ନିଉଜ)୦୧-୧୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ପୋଲିସ ଗାଡିକୁ ଧକ୍କା ଦେବା ମହଙ୍ଗା ପଡିଲା। କୁଖ୍ୟାତ କୋଇଲା ଚୋର ପୀରହାଟ ଥାନାଧିନ ସନ୍ଥପୁରା ଗାଁର ଜୀବନଜ୍ୟୋତି ବଳ ଓ ସହଯୋଗି କାଁପଡା ଗାଁର ଜିତେନ୍ଦ୍ର ମଳିକ ଗିରଫ। ଗତକାଲି ସଂଧ୍ଯାରେ ଭଦ୍ରକ ଜିଲ୍ଲା ତିହିଡି ସଦର ବଜାର ଦେଇ ଦୃତ ଗତିରେ ଯାଉଥିବା ବେଳେ ପୋଲିସ ଅଟକାଇଥିଲେ ମାତ୍ର ଉକ୍ତ ଗାଡିଟି ପୋଲିସ ଗାଡିକୁ ଧକ୍କାଦେଇ ଖସି ପଳେଇ ଯାଉଥିବା ବେଳେ ପୋଲିସ ପିଛା କରି ସେମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଚୋରା କୋଇଲା ବୋଝେଇ ପିକ୍ଅପ ଭ୍ୟାନ ସହ ସେଥିରେ ଥିବା ୨୪ କ୍ବିଣ୍ଟାଲ ଚୋରା ଜବତ କରାଯାଇଛି। ଏଥିସହ ଚୋରା ଚାଲାଣ ବେଳେ କେହି ସେମାନଙ୍କର ପ୍ରତିବନ୍ଧକ ସାଜିଲେ ଆକ୍ରମଣ କରିବା ଲାଗି ଗାଡିରେ ଥିବା ପଥର ଓ ଧାରୁଆ କଟୁରୀକୁ ମଧ୍ଯ ଜବତ କରା ଯାଇଛି। ବିଭିନ୍ନ ଦିଗ ଉପରେ ତଦନ୍ତ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏନେଇ ରବିବାର ଅପରାହ୍ନରେ ତିହିଡି ଥାନାରେ ଏକ ସମ୍ବାଦଦାତା ସମ୍ମିଳନୀ ଜରିଆରେ ଏପରି ସୂଚନା ଦିଆ ଯାଇଛି। ଜୀବନଜ୍ୟୋତି ବଳଙ୍କ ବିରୋଧରେ ପୂର୍ବରୁ ସଂଗୀନ ଦଫାରେ ୫ ମାମଲା ରୁଜୁ ହୋଇଛି। ଜଣେ ଅଭ୍ୟାସଗତ ଅପରାଧିଭାବେ ପୋଲିସ ଅଧିକ ତଦନ୍ତ ଚଳାଉଥିବା ସୂଚନା ମିଳିଛି। ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀଙ୍କ ସମେତ ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକ ଓ ଅନ୍ଯମାନେ ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |