କଟକ(ଉତ୍କଳ ନିଉଜ)୦୧/୧୨/୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ପୋଲିସ ପକ୍ଷରୁ ଏକ ଚୋରା କୋଇଲା ବୋଝେଇ ପିକ୍ଅପ ଭ୍ୟାନ ଜବତ୍ ଏବଂ ଚାଳକ ଅଟକ ଅଟକ ହୋଇଥିବା ସୂଚନା ମିଳିଛି। ଅଟକ ଯୁବକ ପୀରହାଟ ଥାନାଧିନ ସନ୍ଥପୁରା ଗାଁର ଜୀବନଜ୍ୟୋତି ବଳ ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି। ଆଜିର ଚୋରା କୋଇଲା ଚାଲାଣ ନେଇ ପ୍ରାକ୍ ସୂଚନା ପାଇଥିଲା ତିହିଡି ପୋଲିସ। ଯାହା ଫଳରେ ଏପରି ସଫଳତା ମିଳିଥିବା ଜଣା ଯାଇଛି। ବିଗତ କିଛିଦିନ ହେଲା ଚୋରା କୋଇଲା ଚାଲାଣ ଉପରରେ ପୋଲିସ ତୀକ୍ଷ୍ଣ ନଜର ରଖିଥିବା ବେଳେ ପୋଲିସ ଆଖିରେ ଧୂଳିଦେଇ ଆଜି ସଂଧ୍ଯରେ କୋଇଲା ବୋଝେଇ କରି ତିହିଡି ବଜାରରେ ଅତି ଦୃତ ଗତିରେ ପାଶ କରିଥିଲା। ଏପରିକି ବଜାର ମଧ୍ଯରେ ପୋଲିସ ଗାଡିକୁ ପିଟି ଖସି ପଳେଇ ଯିବାକୁ ଉଦ୍ୟମ କରିଥିଲା ଏବଂ ତାହାର ପିଛା କରିଥିଲା। ତିହିଡି ପୁରୁଣାବଜାର ଦେଇ ଦହପାଣିଆ, ବାରୋ ଦେଇ କାଁପଡା ଗାଁ ଆଡକୁ ଯାଉଥିଲା। ରାସ୍ତା ନଥିବାରୁ ସେଠାରେ ଗାଡି ଛାଡିଦେଇ ତଳକୁ ଡେଇଁ ପଡିଥିଲା। ଗ୍ରାମବାସୀଙ୍କ ସହଯୋଗରେ ପୋଲିସ ସଂପୃକ୍ତ ଚାଳକ ଜୀବନଜ୍ୟୋତିକୁ ଧରିବାରେ ସକ୍ଷମ ହୋଇଥିବା ସୃଚନା ମିଳିଛି। ଏଭଳି ସ୍ପିଡରେ କୋଇଲା ବୋଝେଇ ଗାଡି ଗତି କରିଥିଲା ବିଭିନ୍ନ ଗାଁର ଲୋକେ ଆତଙ୍କିତ ହୋଇ ଯାଇଥିଲେ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ଠାରୁ ସୂଚନା ମିଳିଛି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |