ସିପିଆଇ(ଏମ) ରାଜ୍ୟସ୍ତରୀୟ ଅଭିଯାତ୍ରୀ ଦଳକୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା।

116

କଟକ(ଉତ୍କଳ ନିଉଜ)୦୧/୧୨/୨୦୨୪ : ଭଦ୍ରକ- ସମ୍ବିଧାନ ବଞ୍ଚାଅ- ଦେଶ ବଞ୍ଚାଅ, ମୋଦି ଓ ମୋହନ ମାଝୀ ସରକାର ଜାତୀୟ ସଂପତ୍ତି ବିକ୍ରି କରିବା ବନ୍ଦ କର, ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦିଅ ନଚେତ୍ ଗାଦି ଛାଡ, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଅ, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ଆଇନ ପ୍ରଣୟନ କର, କୃଷି ଋଣ ଛାଡ କର, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କର ଆଦି ଦାବି ନେଇ ସିପିଆଇ(ଏମ)ର ୨୩ତମ ରାଜ୍ୟ ସମ୍ମିଳନୀ ଆସନ୍ତା ୧୬,୧୭ ଓ ୧୮ ତାରିଖ କଟକସ୍ଥିତ ଐତିହାସିକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀର ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସିପିଆଇ(ଏମ)ର ଏକ ରାଜ୍ୟସ୍ତରୀୟ ଅଭିଯାତ୍ରୀ ଦଳ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଐତିହାସିକ ସହିଦ ନଗର ସହୀଦ ସ୍ମୃତି ସ୍ତମ୍ଭ ଠାରୁ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ସନ୍ତୋଷ ଦାସଙ୍କ ନେତୃତ୍ବରେ ବାହାରି ଭଦ୍ରକ ଜିଲ୍ଲାର ସହୀଦ ନଗର, ଧୁଷୁରୀ, ଧାମନଗର, ବାରିକପୁର, ଆଗରପଡା ଆଦି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିଛନ୍ତି। ଏହି ଅଭିଯାତ୍ରୀ ଦଳକୁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅଭିଯାତ୍ରୀ ଦଳରେ ସିପିଆଇ(ଏମ) ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ, ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଯାଜପୁର ଜିଲ୍ଲା ସଂପାଦକ ଡଃ ନିର୍ମଳ ରଥ, ବରିଷ୍ଠ ନେତା ପ୍ରଫୁଲ୍ଲ ନାୟକ, ପ୍ରଫୁଲ୍ଲ ପାଢୀ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଯୁବ ନେତା ପ୍ରତାପ ସେଠୀ, ଚନ୍ଦ୍ରଶେଖର ନାୟକ, ପ୍ରଫେସର ପ୍ରଭାସ ମହାପାତ୍ର, ଶ୍ରମିକ ନେତା ରାଧାନାଥ ଦାସ, କାଳନ୍ଦୀ ପାତ୍ର, ମଳୟ ଭୋଇ, ବିଷ୍ଣୁ ଦାଶ, ବାମଦେବ ମିଶ୍ର, ରମେଶ ସାହୁ, ସତ୍ୟମୂର୍ତ୍ତି ବେହେରା , ରମେଶ ସାହୁ, ଜୟନୁଲ ଆବେଦିନ, ଯୁବନେତା ଜିଲାନି ଖାନ୍, କାଲୁ ଖାନ୍, ମାନସ ରଞ୍ଜନ ବିଶ୍ବାଳ ପ୍ରମୁଖ ସାମିଲ ହୋଇ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭାରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଆସନ୍ତା ଡିସେମ୍ବର ୧୬ ତାରିଖ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମାବେଶକୁ ସଫଳ କରିବା ପାଇଁ ଭଦ୍ରକ ଜିଲ୍ଲା ବାସୀଙ୍କୁ ନିବେଦନ କରିଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |