କଟକ (ଉତ୍କଳ ନ୍ୟୁଜ ) : ୩୦-୧୧-୨୦୨୪ : ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର । ନିଆଁର ପ୍ରକୋପ ଏତେ ଥିଲା ଯେ ନିମିଷକ ମଧ୍ୟରେ ଘରଟି ଧ୍ୱଂସ ସ୍ତୂପରେ ପରିଣତ ହୋଇ ଯାଇଥିଲା । ଏମିତି ଆକସ୍ମିକ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଧାମରା ଅଞ୍ଚଳରେ। ସୂଚନା ମୁତାବକ, ଧାମରା ପଞ୍ଚାୟତ ଖମାର ସାହିର ଗଦାଧର ମଲ୍ଲିକ ଏବଂ ତାଙ୍କର ଭାଈ ମାନଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ନିମିଷକ ମଧ୍ୟରେ ଏହା ଘର ଓ ଗାଈ ଗୁହାଳ ଚାରିଆଡକୁ ବ୍ୟାପି ଯାଇଥିଲା । ଘରେ ଥିବା ଧାନ ଚାଉଳ, ଲୁଗାପଟା, ଆସବାବପତ୍ର ଆଦି ପୋଡି ପାଉଁଶ ହୋଇ ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିବା ବେଳକୁ ଘରଟି ଧ୍ଵଂସସ୍ତୂପ ପାଲଟି ଯାଇଥିଲା। ଯଥାଶୀଘ୍ର ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |