ବିଭିନ୍ନ ଦାବି ନେଇ ଜନ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ସହକାରୀ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଁଚିଲେ |
କଟକ (ଉତ୍କଳ ନ୍ୟୁଜ ) ୨୮-୧୧-୨୦୨୪ : ଚୌଦ୍ୱାର ଜନ ସ୍ୱାସ୍ଥ୍ୟ ବିଭାଗ ଅଧୀନ ରେ କାମ କରୁଥିବା ୨୭ ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ବିଭିନ୍ନ ଦାବି ନେଇ ଶ୍ରମିକ କାର୍ଯ୍ୟାଳୟ ରେ ପହଂଚିଥିଲେ | ଦୀର୍ଘ ୫ ବର୍ଷ ରୁ ଉର୍ଧ ହେବ ଜନ ସ୍ୱାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସରକାର ଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଉନାହିଁ | ଅନ୍ୟପକ୍ଷେ , ଇଏସଆଇ , ଇପିଏଫ, ଇଏସଆଇସି ଏବଂ ଅନ୍ୟ କୌଣସି ସରକାରୀ ସୁବିଧା ସହ କାର୍ଯ୍ୟ କରିବା ପାଇଁ କୌଣସି ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉନାହିଁ , ଯାହାଦ୍ଵାରା ବିଭିନ୍ନ ସମୟ ରେ କର୍ମଚାରୀ ଙ୍କ ଜୀବନ ପ୍ରତି ବିପଦ ରହୁଥିବା ରୁ ଏହି ସବୁ ଦାବି ନେଇ ଜନ ସ୍ୱାସ୍ଥ୍ୟ ବିଭାଗ , ଚୌଦ୍ୱାର ଓ ସହକାରୀ ଶ୍ରମଧିକାରୀ ଙ୍କ କାର୍ଯ୍ୟାଳୟ ଚୌଦ୍ୱାର ରେ ନିଜ ର ଦାବି ଲିଖିତ ଜଣାଇଛନ୍ତି | ଏ ନେଇ କର୍ମଚାରୀ ମାନେ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ ଯାହାକୁ ନେଇ ଆଜି ଶ୍ରମ କାର୍ଯ୍ୟାଳୟ ସମ୍ମୁଖ ରେ ଅସନ୍ତୋଷ କରିବା ସହ ତୁରନ୍ତ ସେମାନଙ୍କ ଦାବି ପୂରଣ ପାଇଁ ଦାବି ରଖିଛନ୍ତି | ତେବେ ଏ ନେଇ ଶ୍ରମ ବିଭାଗୀୟ ଅଧିକାରୀ ଶୁକ୍ରବାର ଏକ ଆଲୋଚନା ପାଇଁ ଜନ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରିଥିବା କହିଛନ୍ତି | ଏହି କାର୍ଯ୍ୟକ୍ରମଂ ରେ ପ୍ରମୋଦ ପ୍ରଧାନ , ସିଦ୍ଧାର୍ଥ ବେଉରା , ବିଭୁତି ଭୂଷଣ ପଲେଇ , ଶିବ ପ୍ରଧାନ , ରଂଜିତ କୁମାର ପ୍ରଧାନ , ପିତାମ୍ବର ସ୍ୱାଇଁ , ପ୍ରକାଶ ଚନ୍ଦ୍ର ରାଉତ , ରଞ୍ଜନ ଦାସ , ହେମନ୍ତ ବିଶ୍ୱାଳ , ଶଶିଭୂଷଣ ରାଉତ , ବିଶ୍ୱଜିତ ବେହେରା , ତ୍ରିଲୋଚନ ବେହେରା , ସଦାନନ୍ଦ ବାରିକ , ଚନ୍ଦନ ବାରିକ , ଜିତେନ୍ଦ୍ର ପରିଡା , ଅଜୟ କୁମାର ବେହେରା , ବିନୋଦ କୁମାର ନାୟକ , ଅଭିଷେକ ବେହେରା ,ରତୀ ରଞ୍ଜନ ପ୍ରଧାନ , ଦୀପକ କୁମାର ବାରିକ , ରାଜ କିଶୋର ବେଉରା , ସୌମ୍ୟ ରଞ୍ଜନ ବେଉରା , ଦିଲୀପ କୁମାର ସାହୁ , ଶଙ୍କର ବିଶ୍ୱାଳ , ମାନସ ଗୋଛାୟତ ପ୍ରମୁଖ ଉପସ୍ଥିତ ରହିଥିଲେ |