କଟକ (ଉତ୍କଳ ନ୍ୟୁଜ ) ୦୧-୧୧-୨୦୨୪ : ବାର୍ରେ ଡ୍ୟାନ୍ସ ହେଲେ ଲାଇସେନ୍ସ ରଦ୍ଦ ! ଏଣିକି ବାର ମାଲିକଙ୍କୁ ପଡ଼ିବ ମହଙ୍ଗା। ବାର୍ ଡ୍ୟାନ୍ସ ବ୍ୟାନ୍ ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ| ଚେତାବନୀ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ | ଗୀତ ଛଡା ବାରରେ ନାଚକୁ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ବ୍ୟାନ କରିଛି। ବିଭାଗ ପକ୍ଷରୁ ଆସିଥିବା ଗାଇଡ୍ଲାଇନକୁ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଯେଉଁମାନେ ଅମାନିଆ ଯେଉଁମାନେ ଗାଇଡଲାଇନ୍ ଉଲ୍ଲଙ୍ଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ । ଏପରିକି ଗୀତ କେତେ ଡେସିବିଲ ଭିତରେ ରହିବ ସେନେଇ ଗାଇଡ୍ଲାଇନରେ ଉଲ୍ଲେଖ ରହିଛି॥ ଉଲଂଘନ କଲେ ପଦକ୍ଷେପ ନିଆଯିବ । ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କେବେ ଓଡ଼ିଶାରେ କରିବାକୁ ଦିଆଯିବନି ବୋଲି କହିଛନ୍ତି ଆଇନମନ୍ତ୍ରୀ ।