ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧୂଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ।

29

କଟକ (ଉତ୍କଳ ନ୍ୟୁଜ ) ୦୧-୧୧-୨୦୨୪ : ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧୂଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ। ପବିତ୍ର ଦୀପାବଳି ଓ କାଳୀପୂଜା ପାଇଁ ଉତ୍ସବ ମୁଖରିତ ହୋଇ ପଡିଛି ଦେବୀ ମା ଭଦ୍ରକାଳୀଙ୍କ ପୀଠ। ଭଦ୍ରକ ବ୍ଲକ ଅଧିନସ୍ଥ ଖଣ୍ଡତଡା ପଂଚାୟତର ଆହାରପଦା ଠାରେ ପବିତ୍ର ସାଳନ୍ଦୀ ନଦୀ କୂଳରେ କାହିଁ କେଉଁ କାଳରୁ ମା ଭଦ୍ରକାଳୀ ବିରାଜମାନ କରୁଛନ୍ତି ଯେ ତାର ହିସାବ ନାହିଁ। ତେବେ ବର୍ଷ ତମାମ ଏହି ପୀଠକୁ ଶ୍ରଦ୍ଧାଳୁ ମାନେ ଆସୁଥିଲେ ହେଁ ପବିତ୍ର କାଳୀପୂଜାରେ କିନ୍ତୁ ମା ଙ୍କ ପୀଠ ଉତ୍ସଭ ମୁଖରିତ ହୋଇ ପଡେ। ପବିତ୍ର କାଳୀପୂଜାରେ ମା ଭଦ୍ରକାଳୀ ସପ୍ତ ମାତୃକା ବେଶରେ ଭକ୍ତଜନଙ୍କୁ ଦର୍ଶନ ଦିଅନ୍ତି। ଆଜି ଠାରୁ ଆରମ୍ଭ ହୋଇଛି ମା ଙ୍କ ସପ୍ତ ମାତୃକା ବେଶ। ଆଜି ମା ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି।

ଏହି ବେଦମାତା ବେଶ ଦର୍ଶନ କଲେ ଆଜ୍ଞାନତା ଦୂର ହେବା ସହିତ ବୈଦିକ ଜ୍ଞାନ ଲାଭ କରନ୍ତି ଭକ୍ତମାନେ ଓ ସମସ୍ତଙ୍କ ମନ ସ୍କାମନା ପୂରଣ କରନ୍ତି ମା ଭଦ୍ରକାଳୀ। ତେଣୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଶ୍ରଦ୍ଧାଳୁ ମାନେ ଆଜି ଦୀପାବଳିରେ ମାଙ୍କ ପୀଠକୁ ଯାଇ ଗୋଟିଏ ଗୋଟିଏ ଦୀପ ଲଗାଇ ନିଜ ପରିବାରର ଶୁଭ ମନାସିଛନ୍ତି। ଆସନ୍ତା କାଲି ମା ମହାକାଳୀ ବେଶରେ ଦର୍ଶନ ଦେବେ। ସବୁ ଦିନ ମା ଶାନ୍ତ ଶୋଭାବର ସହିତ ଭକ୍ତ ମାନଙ୍କୁ ଦର୍ଶନ ଦେଉ ଥିବା ବେଳେ ବର୍ଷର ଗୋଟିଏ ଦିନ ମହାକାଳୀ ବେଶ ଧାରଣ କରିବେ। ସେହିପରି ମା ଙ୍କ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ସପ୍ତ ଦିବସ ବ୍ୟାପି ବିଶ୍ୱ ଶାନ୍ତି ମହା ଯଂଜ୍ଞ। ଅନ୍ୟ ପକ୍ଷରେ ଆଜି ମଧ୍ୟ ରାତ୍ରରୁ ୨୨ ଗୋଟି ପୂଜା ମଣ୍ଡପରେ ମା କାଳୀଙ୍କ ପୂଜା ଆରାଧନା ହେବା ପରେ କାଲି ସକାଳ ଠାରୁ ଦର୍ଶକ ମାନଙ୍କ ପାଇଁ ମଣ୍ଡପ ଖୋଲା ହେବ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |