କଟକ (ଉତ୍କଳ ନ୍ୟୁଜ ) ୩୦-୧୦-୨୦୨୪ : ବରିଷ୍ଠ ନାଗରିକଙ୍କ ଦ୍ୱାରା ଧର୍ମରକ୍ଷା ସମିତି ଭଦ୍ରକ ତରଫରୁ ଜିଲ୍ଲାରେ ମୁସଲମାନଙ୍କ ଦ୍ୱାରା ହିନ୍ଦୁ ସମାଜ ଓ ପୋଲିସ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ଗତ ୮ ତାରିଖ ଗୁଳିଦରଡା ହିନ୍ଦୁ ପରିବାର ଉପରେ ଆକ୍ରମଣ ବିରୁଦ୍ଧରେ ଘଟଣାରେ ତା୧୭.୧୦.୨୦୨୪ ରିଖରେ ଦିଆଯାଇଥିବା ଦାବୀପତ୍ର ଉପରେ କାର୍ଯ୍ୟକାରୀ ହୋଇନଥିବାର ବୁଧବାର ପୁନର୍ବାର ଭଦ୍ରକ ବରିଷ୍ଠ ନାଗରିକ ଦ୍ୱାରା ଉକ୍ତ ବିଷୟ ସହିତ ଧାମନଗର ଦୟାଙ୍ଗଳିଦିରେ ହିନ୍ଦୁ ଦୋକାନାମୀନଙ୍କୁ ଯୋଜନାବଦ୍ଧ ମରଣାନ୍ତକ ଆକ୍ରମଣ ଏବଂ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି କଟକ ବଡ ମେଡିକାଲରେ ଦୀର୍ଘ ଦିନ ବିକିତ୍ସିତ ହୋଇଥିଲେ ମଧ୍ୟ ଘଟଣାର ମୁଖ୍ୟ ଆସାମୀ ଅଦ୍ୟାବଧି ଗିରଫ କରା ଯାଇନାହିଁ । ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ଭଦ୍ରକ ସନ୍ଥିଆ ପୋଲ ଉପରେ ପୋଲିସ ପ୍ରଶାସନର ଅଧିକାରୀମାନଙ୍କୁ ମରଣାନ୍ତକ ଆକ୍ରମଣ, ତସହିଲାଦରଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ମୁଖ୍ୟ ଆସାମୀ ଏବେ ପୋଲିସ ଗିରଫ କରି ପାରିନାହିଁ । ଗୁଳିଦରତା ଘଟଣାରେ ହିନ୍ଦୁ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରି ପରିବାରର ଜଣେ ଅବିବାହିତା ଝିଅକୁ ମାଡମାରି ସେ ରେକଡିଂ କରୁଥିବା ମୋବାଇଲକୁ ଛଡାଇନେଇ ସେଥିରେ ଥିବା ସମସ୍ତ ପ୍ରମାଣ ଓ ସମସ୍ତ ଡାଟାକୁ ନଷ୍ଟ କରି ୭ ଦିନ ପରେ ପୋଲିସକୁ ହସ୍ତାନ୍ତର କରିବା ଘଟଣାର ୨୦ ଦିନ ଅତିବାହିତ ହୋଇଥିଲେ ମଧ୍ୟ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ ନ କରିବା ପ୍ରଶାସନର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି କରୁଛି । ଏ ସମସ୍ତ ବିଷୟରେ ବିଭିନ୍ନ ବାହାନା ଦେଖାଇ ପ୍ରଶାସନ ତାର ଉତ୍ତରଦାୟିତ୍ୱ ଏଡାଇ ଚାଲିଛି । ଏଥିପାଇଁ ଭଦ୍ରକରେ ଜନଅସନ୍ତୋଷ ବଢି ଚାଲିଛି । ଆଗାମୀ ଦିନରେ ଏହା ଜନ ଆକ୍ରୋଶରେ ପରିଣତ ହୋଇ ବିଶାଳ ଆନ୍ଦୋଳନ ପାଇଁ ଧର୍ମରକ୍ଷା ସମିତି ତରଫରୁ ନିଲ୍ଲାପାଳଙ୍କୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଧର୍ମରକ୍ଷା ସମିତିର ସଭାପତି ଡ. ଅଜୟ ପଣ୍ଡା, ସମାଜସେବୀ ମାନସ ମହାନ୍ତି, ଜୀବନେନ୍ଦୁ ପଣ୍ଡା, ଶମୁନାଥ ଧକ, ଆଡଲୋକେଟ ଅଶ୍ୱିନୀ କୁମାର ଦାସ, ରାଷ୍ଟ୍ରୀୟ ଚିନ୍ତନ ସଂଗଠନର ସଭାପତି ବିଜୟ ଭୂଷନ ନାୟକ, ନଗର ସଭାପତି ସୁରେନ୍ଦ୍ରନାଥ ମହାପାତ୍ର, ଡ. ଅଜୟ ଦାସ, ସାଧାରଣ ସମ୍ପାଦକ ସଞ୍ଜିବ ଦାସ, ପୂର୍ବତନ ସେନାନିବୃତ୍ତ ଅଧୁକାରୀ ବଳରାମ ଜେନା ଓ ପଦ୍ମନାଭ ପଣ୍ଡା, ଅମିୟ ପରିଜା, ସଂଯୋଜକ ସୌମ୍ୟରଞ୍ଜନ ବାରିକ, କୋଷାଧକ୍ଷ ବିଭାସ ନାଥ ଓ ଗୌରାଙ୍ଗ ଜେନା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |