କଟକ(ଉତ୍କଳ ନିଉଜ) ୧୪/୧୦/୨୦୨୪ :ଧରାପୃଷ୍ଠରେ ୫ ଦିନ ଧରି ଦେବୀ ଦଶଭୁଜା ମା’ଦୁର୍ଗା ଅବତରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ କରିବା ପରେ ବରଷକ ଲାଗି ମେଲାଣି ନେଇଛନ୍ତି । ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବାଜା ରୋଷଣୀ ଓ ପାରମ୍ପରିକ ଋତିରେ ମା’ଙ୍କୁ ମେଲାଣି ଦିଆଯାଇଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ୨୦ଟି ମୃଣ୍ମୟୀ ମୂର୍ତ୍ତୀ ସ୍ଥାପନ କରାଯାଇଥିଲା । ସୋମବାର ଥିଲା ଭଷାଣୀ ପର୍ବ । ସକାଳ ୯ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନରେ ସରିଛି । ପୋଲିସ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳା ସହକାରେ ସମସ୍ତ ପୂଜା ମଣ୍ଡପରୁ ମା’ଙ୍କୁ ନିଆଯାଇ ପୋଖରୀ ଓ ନଦୀରେ ଭଷାଣୀ କରାଯାଇଛି । ତିହିଡି ସଦର ବଜାରସ୍ଥିତ ଓ ନନ୍ଦପୁର ଦୁର୍ଗାଙ୍କ ମେଢ ବଜାର ଦେଇ ଅତିକ୍ରମ କରିଥିଲା । କୋହ୍ଲ ପତିସାହିର ଓ ପୀରହାଟ ପୁରୁଣା ବଜାରସ୍ଥିତ ବାରବାଟିଆ ଦୁର୍ଗାପୂଜା ବ୍ଲକ ସ୍ତରରେ ଚିତାକର୍ଷକ ହୋଇଥିଲା । ସେହିପରି ପାଢୀସାହିରେ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ସଚ୍ଚିଦାନନ୍ଦ ମିଶ୍ରଙ୍କ ପରିବାର ପକ୍ଷରୁ ପାଳିତ ଦୁର୍ଗା ପୂଜା ଯାକଜମକରେ ପାଳିତ ହେବା ସହ ଭଷାଣୀ ମଧ୍ୟ ମହାସମାରୋହରେ ସମାହିତ ହୋଇଯାଇଛି । ଉଭୟ ମେଢ ଗୁଡିକ ସମାନ୍ତରାଳଭାବେ ବାହାରି ଗାଁର ପରିକ୍ରମା କରିବା ପରେ ସ୍ଥାନୀୟ ପଞ୍ଚାୟତ ପୋଖରୀରେ ମେଲାଣି ହୋଇଛି । ସେହିପରି ଚନ୍ଦ୍ରକାଟବିନ୍ଧା ଓ ବୁଡଙ୍ଗ ଆଦି ସ୍ଥାନରେ ମା’ଙ୍କର ପୂଜା ଯାକଜମକରେ ପାଳନ ହେବା ସହ ମେଲାଣି ଦିଆଯାଇଛି । ମୀନାବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଘରକରଣା ଜିନିଷର ଦୋକାନ ପସରା ମେଲିଥିବା ବେଳେ ଦୈନିକ ସଂଧ୍ୟାରେ ଭଜନ, ପାଲା ଓ ଦାସକାଠିଆ ପରିସରକୁ ବେଶ ଉତ୍ସବ ମୁଖର କରିଥିଲା ଏହି ପୂଜା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |