ପୁରୁଷୋତ୍ତମପୁର ଏନଏସି ର ପୋଷ୍ଟ ଅଫିସ ସାହି ଓ ବଡଖରିଡ଼ା ଗ୍ରାମରେ ଧୂମ ଧାମ ରେ ଚାଲିଥିବା ଦୁର୍ଗ ପୂଜା ର ଭସାଣି ଅନୁଷ୍ଠିତ |
କଟକ (ଉତ୍କଳ ନ୍ୟୁଜ ) ୧୪-୧୦-୨୦୨୪: ପୁରୁଷୋତ୍ତମପୁର ଏନଏସି ର ପୁରୁଣା ପୋଷ୍ଟ ଅଫିସ ସାହି ରେ ଦୀର୍ଘ 60 ବର୍ଷ ରୁ ଉର୍ଦ୍ଧ ସମୟ ଧରି ଦୁର୍ଗା ପୁଜା ଚାଲି ଆସୁଛି | ଏହି ପୁଜା କୁ ପରିଚାଳନା କରିବାରେ ମନୋଜ କୁମାର ଗୌଡ଼ (ମୁନା ) ମାଞ୍ଚି ଆଚାରୀ, ରବି ପଣ୍ଡା,ବାବୁ ଗୌଡ଼, ,ଭିକିପଣ୍ଡା, ଆଦିତ୍ୟ, ଶୁଭମ ସହଯୋଗ କରିଥିଲେ | ଏହା ସହିତ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡଖରିଡ଼ା ଗ୍ରାମରେ ସବୁବର୍ଷ ପରି ଏ ବର୍ଷ ମଧ୍ୟ ବହୁ ଆଡମ୍ବର ରେ ଦୁର୍ଗପୂଜା ପାଳିତ ହେଉଅଛି | ମୁଖ୍ୟ ପୂଜକ ନିରଞ୍ଜନ ତ୍ରିପାଠୀ ଙ୍କ ପୌରହିତ ରେ ପୂଜା କାର୍ଯ୍ୟ ଚାଲୁ ଅଛି | ମହା ସପ୍ତମୀ ,ମହା ଅଷ୍ଟମୀ ,ନବମୀ ଓ ଦଶହରା ପୂଜା ପାଳନ କରା ଯାଉଛି |ସନ୍ଧ୍ୟା ଅଳତି ସମୟରେ ଗାଁ ର ଆବାଳବୃଦ୍ଧ ବନିତା ଉପସ୍ଥିତ ରହି ମା ଙ୍କ ଦର୍ଶନ ସହିତ ତାଙ୍କ ଆଶୀର୍ବାଦ ଲାଭ କରୁଛନ୍ତି |
ସନ୍ଧ୍ୟା ରେ ଛୋଟୋ ଛୋଟୋ ପିଲାଙ୍କ ଦ୍ବାରା ଭିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରା ଯାଉଛି | ଗ୍ରାମର ଏକ ଶୈକ୍ଷିକ ଅନୁଷ୍ଠାନ ଜାତୀୟ ପାଠାଗାର ତରଫରୁ ବିଭିନ୍ନ ପାଠ୍ୟ ସାମଗ୍ରୀ ଛୋଟୋ ଛୋଟୋ ପିଲାଙ୍କୁ ବଣ୍ଟନ କର ଯାଇଥିଲା | ଏବଂ ଆଜି ମେଢ଼ ଗୁଡ଼ିକ ର ଭସାଣି ଅନୁଷ୍ଠିତ ହେଉଛି | ଏଥିରେ ପୂଜା କମିଟି ସହ ଦୀପକ କୁମାର ପୋଲାଇ ,ଆଶିଷଗଉଡ , ପ୍ରଶାନ୍ତ ବରଡ, ରାଜରାମ ବରଡ,ଅଙ୍କିତଦଳେଇ ,ସନା ତନ ବେହେରା ,ରମେଶ ବେହେରା ,ତୋଫାନ ଗଉଡ ପ୍ରମୁଖ ସହଯୋଗ କରିଥିଲେ | ପୁରୁଷୋତ୍ତମପୁର ରୁ ଶୁଭଙ୍କରୀ ଦାଶ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |