କୋଦଳା ଏନଏସି ର ବିଚିତ୍ର ନୀତି ପବିତ୍ର ଗାନ୍ଧୀ ଜୟନ୍ତୀ ରେ ଡକା ଗଲାନି ଜନ ପ୍ରତିନିଧି ଙ୍କୁ |

93

କଟକ (ଉତ୍କଳ ନ୍ୟୁଜ ) ୩-୧୦-୨୦୨୪ : କୋଦଳା ଏନଏସି ରେ ଅରାଜକତା ଚରମ ସୀମାରେ ପହଂଚିଲାଣି | ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରି କ୍ଷମତା ର ଅପବ୍ୟବହାର କରିବା ଘଟଣା ଏବେ କୋଦଳା ଏନଏସି ରେ ଦେଖିବାକୁ ମିଳିଛି | ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ସରକାର ଙ୍କ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷ ରେ ସ୍କୁଲ କଲେଜ ବ୍ଲକ ଏନଏସି ଓ ସମେତ ବହୁ ଜାଗାରେ ବେଶ ଧୁମ ଧାମ ରେ ପାଳନ କରାଯାଉଛି ହେଲେ ଜଣେ କାଉନସିଲର ଙ୍କୁ ନିମନ୍ତ୍ରଣ ନଥିବା ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି |

ଯାହା କୁହାଯାଉଛି ବିଗତ ଦିନରେ କୋଦଳା ଏନଏସି ରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ ଯେଇ ଦୀପିକା ବେହେରା ଙ୍କ ଦ୍ୱାରା ହୋଇଥିବା ମହା ଦୁର୍ନୀତି ପଦାରେ ପକାଇବା ସହ ତଦନ୍ତ ଦାବୀ କରିଥିବା କାଉନସିଲର ଭଗବାନ ପାଢ଼ୀ ଙ୍କୁ ନିମନ୍ତ୍ରଣ ନଥିବା ଅଭିଯୋଗ ହୋଇଛି | କାହିଁକି ଜଣେ ଜନ ପ୍ରତିନିଧି ଙ୍କୁ ଅଣ ଦେଖା କରିବା କାରଣ କଣ ହୋଇପାରେ ନାଁ କାହା ଚାପରେ ରହୁଛନ୍ତିକି କାର୍ଯ୍ୟ ନିର୍ବାହୀ ଅଧିକାରୀ ନାଁ ସତ୍ୟ ଘଟଣା ପଦାକୁ ଆସିଲା ପରେ କୋଦଳା ଏନଏସି ରୁ ବାସନ୍ଦ କରିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ହେଲେ ସରକାରୀ କାର୍ଯ୍ୟକ୍ରମ ରେ ନିର୍ବାଚିତ ପ୍ରତିନିଧି ଙ୍କୁ ଅଣଦେଖା କରିବା ଘଟଣା କୁ ନେଇ କୋଦଳା ଅଞ୍ଚଳ ରେ ବିଭିନ୍ନ ମହଲ ରୁ ନିନ୍ଦା କରାଯାଇଛି |