ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ହରିପୁର ସ୍ଲୁଇସଗେଟ୍ |

121

କଟକ (ଉତ୍କଳ ନ୍ୟୁଜ ) ୨୦-୯-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସି ଅଧିନ ହରିପୁର ଗାଁରେ ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ସ୍ଲୁଇସଗେଟ୍ । ଧାନଚାଷୀଙ୍କ ସ୍ୱାର୍ଥକୁ ଜଳଞ୍ଜଳୀ ଦେଇ ଲୁଣା ପାଣିରେ ଚିଙ୍ଗୁଡି ଚାଷ କରାଯାଉଛି ତାହା ପୁଣି ବେଆଇନ୍ ଭାବେ । ସରକାରଙ୍କ ଗାଇଡ୍ ଲାଇନ୍‌କୁ ସିଧାସଳଖ ଉଲଙ୍ଘନ କରି ଧାନ ଚାଷ ଅଞ୍ଚଳରେ ଲୁଣା ଚିଙ୍ଗୁଡି ଚାଷ କରାଯାଉଛି । ଲୁଣାପାଣିକୁ ଆକଟ କରିବା ପାଇଁ ଉଦ୍ଦିଷ୍ଟ ସ୍ଲୁଇସ୍‌ଗେଟକୁ ବ୍ୟବହାର କରି ଚିଙ୍ଗୁଡି ଚାଷୀମାନେ ନିଜ ନିଜର ପୋଖରୀକୁ ଲୁଣା ପାଣି ନେଉଛନ୍ତି । ଯାହା ଫଳରେ ଧାନ ଚାଷ ଜମିରେ ଉକ୍ତ ଲୁଣା ପାଣି ମାଡି ନଷ୍ଟ ହେବାରେ ଲାଗିଛି । ପ୍ରତିବାଦ କଲେ ଚିଙ୍ଗୁଡି ଚାଷୀଙ୍କ ପକ୍ଷରୁ ନାଲିଆଖି । ଧାନ ଚାଷ ସରି ଯାଇଥିବା ବେଳେ ସଂପ୍ରତି ଲୁଣା ପାଣିରେ ଦିନକୁ ଦିନ ନଷ୍ଟ ହେଉଛି ଏବଂ ବରଷକ ପାଇଁ ଯାହା ଧାନ ଫସଲର ଆକଳନ କରୁଥିଲା ଚାଷୀ ତାହା ଆଜି ଧୂଳିସାତ୍ ହୋଇଯାଇଛି । ପରିବାର ପୋଷଣ ଦୂରର କଥା ସାହୁକାରଙ୍କ ଠାରୁ କରଜ ଏବଂ ବ୍ୟାଙ୍କରୁ ଆଣିଥିବା ଋଣ ପରିଶୋଧ ସ୍ୱପ୍ନ ପାଲଟିଛି । ଦୁଇ ଶହରୁ ଉର୍ଦ୍ଧ ଚାଷୀ ଏଥିରେ କ୍ଷତିଗ୍ରସ୍ଥ ହେଉଛନ୍ତି । ଚିଙ୍ଗୁଡି ଚାଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାଲାଗି ଏକତ୍ରିତ ହୋଇଛନ୍ତି ଚାଷୀ । ମିଳିତଭାବେ ଏହି ଚାଷୀମନେ ବ୍ଲକ ମତ୍ସ୍ୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ବେଳେ ତସହିଲଦାର ଓ ଜିଲ୍ଲାପାଳଙ୍କୁ ଭେଟିବା ଲାଗି ମସୁଧା ଚଳାଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମି ଦିନରେ ଏକ ବଡ ଧରଣର ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଏବେଠାରୁ ଆକଳନ କରାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |