କଟକ (ଉତ୍କଳ ନ୍ୟୁଜ ) ୨୦-୯-୨୦୨୪ : ଐତିହ୍ୟପୂର୍ଣ୍ଣ କଟକ ସହରରେ ଶାରଦୀୟ ଦୁର୍ଗାପୂଜା - ୨୦୨୪ ଓ ଭସାଣି ଉତ୍ସବ ସୁଚାରୁରୂପେ ପାଳନ କରାଯିବା ନିମନ୍ତେ କଟକ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ସାରଳା ଭାବନା ଠାରେ କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା କଟକ ମହାନଗର ପୂଜା କମିଟି ର ସଭାପତି ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ମାନ୍ୟବର ଲୋକସଭା ସାଂସଦ, କଟକ ଶ୍ରୀ ଭର୍ତ୍ତୃହରି ମହତାବ ବୈଠକ ରେ ଯୋଗଦେଇ ଆତିଥେୟତା କୁ ଗୁରୁତ୍ୱ ଦେବା ସହିତ ସମ୍ପୃକ୍ତ ସମସ୍ତ ଙ୍କ ମତାମତ କୁ ସମ୍ମାନ ଜଣାଇ ପ୍ରତ୍ୟେକ କ୍ଷେତ୍ର ରେ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ ପୂର୍ବକ ସମସ୍ତ ଙ୍କ ସହଯୋଗ ରେ ଦୁର୍ଗାପୂଜା ପାଳନ କରିବା ନିମନ୍ତେ ସେ କର୍ମକର୍ତ୍ତା ତଥା ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ | ଏତଦବ୍ୟତୀତ ମୁଖ୍ୟ ରାସ୍ତା ଓ ଗଳି ରାସ୍ତା ଗୁଡିକ ବ୍ୟବହାର ଉପଯୋଗୀ କରିବା ସହ ରାସ୍ତା କଡ଼ ରୁ ବଡ଼ବଡ଼ ଗଛଡାଳ କଟାଯିବା ଏବଂ କେବୁଲ ଓ ବିଦ୍ୟୁତ ତାର ଗୁଡିକ ଅପସାରଣ କରାଯିବା ପାଇଁ ସେ ସମ୍ପୃକ୍ତ ଵିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ | ମାନ୍ୟବର ସାଂସଦ , ରାଜ୍ୟସଭା , ଦେବାଶିଷ ସାମନ୍ତରାୟ ବୈଠକ ରେ ଯୋଗଦେଇ ଚଳିତବର୍ଷ ଦୁର୍ଗାପୂଜା ଓ ଭସାଣି ଉତ୍ସବ କୁ ସୁଚାରୁରୂପେ ଆୟୋଜିତ କରିବା ପାଇଁ ସମସ୍ତ ପୂଜାକମିଟି ର କର୍ମକର୍ତ୍ତା ମାନଙ୍କ ସହଯୋଗ କାମନା କରିବା ସହ ଶାରଦୀୟ ଦୁର୍ଗାପୂଜା ଅବସରରେ ସମସ୍ତ ଙ୍କୁ ଅଭିନନ୍ଦନ ଜଣାଇଥିଲେ | ବୈଠକ ରେ ପୂର୍ବତନ ବିଧାୟକ ତଥା କଟକ ମହାନଗର ପୂଜା କମିଟି ର ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ମୁଖ୍ୟତଃ ସହରରେ ପାନୀୟଜଳ ଯୋଗାଣ , ନିରବଛିନ୍ନ ବିଦ୍ୟୁତ ସାରବରାହ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା , ରାସ୍ତାଘାଟ ମରାମତି , ଜଳ ନିଷ୍କାସନ , ଅଗ୍ନିଶମ ସେବା ଓ ବିଭିନ୍ନ ନିଗମ ଓ ବେସରକାରୀ ସଂସ୍ଥା ଦ୍ୱାରା ସହରର ବିଭିନ୍ନ ସ୍ଥାନ ରେ ବିଛାଯାଇଥିବା ରାସ୍ତାପାରି କେବୁଲ ଗୁଡିକ ଦୁର୍ଗା ମେଢ଼ ର ଯାତାୟାତ ରେ ମୁଖ୍ୟ ପ୍ରତିବନ୍ଧକ ହେଉଥିବା ରୁ ଏଗୁଡିକ ର ଅପସାରଣ ନିମନ୍ତେ ପଦକ୍ଷେପ ନିଆଯିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ | ଉପସ୍ଥିତ ପ୍ରସ୍ତୁତି ସମ୍ବନ୍ଧ ରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସମସ୍ୟା ଗୁଡିକ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପିତ କରିବା ପାଇଁ ସେ ବିଭିନ୍ନ ପୂଜାକମିଟି ର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ | ବୈଠକ ରେ ମେୟର , କଟକ ମହାନଗର ନିଗମ ଯୋଗଦେଇ କହିଲେ ଯେ , ମହାନଗର ଦୁର୍ଗାପୂଜା ର ପରମ୍ପରା ଆବହମାନ କାଳ ରୁ ଚାଲିଆସୁଛି | ଦୁର୍ଗାପୂଜା ରେ କଟକ ର ଆବାଳବୃଦ୍ଧ ବନିତା ସାମିଲ ହେବ ସହ ଓଡିଶା ର ବିଭିନ୍ନ କୋଣା ଅନୁକୋଣ ରୁ ଏହି ରାଜ୍ୟ ସ୍ତରୀୟ ଉତ୍ସବ କୁ ଉପଭୋଗ କରିବା ପାଇଁ ପରିଦର୍ଶକମାନେ ଅସିଥାଆନ୍ତି | କଟକ ସହରର ଭିତ୍ତିଭୂମି କୁ ତଦନୁଯାୟୀ ପ୍ରସ୍ତୁତି କରିବା ସମ୍ପୃକ୍ତ ସମସ୍ତ ପକ୍ଷ ନିଷ୍ଠାର ସହ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ | ବୈଠକ ରେ ମାନ୍ୟବର ବିଧାୟକ ଚୌଦ୍ୱାର କଟକ ସୌଭିକ ବିଶ୍ୱାଳ ଉପସ୍ଥିତ ସମସ୍ତ ପୂଜାକମିଟି ର କର୍ମକର୍ତ୍ତା ମାନଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇବା ସହ କଟକ ର ଦୁର୍ଗାପୂଜା ପାରମ୍ପରିକ ଭାବେ ଶାନ୍ତି ଶୃଙ୍ଖଳାର ସହ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ | ସୂଚନାଯୋଗ୍ୟ ପ୍ରାରମ୍ଭ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା କଟକ ମହାନଗର ପୂଜା କମିଟି ର ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ଭୂୟାଁ ବୈଠକ କୁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଚଳିତ ଶାରଦୀୟ ଦୁର୍ଗାପୂଜା କୁ ଶୃଙ୍ଖଳିତ ଓ ସୁନ୍ଦର ଭାବ ରେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ | ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ , ରାଜ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାରତୀୟ ଜନତା ପାର୍ଟି ନୟନ କିଶୋର ମହାନ୍ତି , ସଭାପତି ଭାରତୀୟ ଜନତା ପାର୍ଟି କଟକ ନଗର ଲଲାଟେନ୍ଦୁ ବଡୁ , ସଭାପତି ବିଜୁ ଜନତା ଦଳ କଟକ ନଗର ମଧୁସୂଦନ ଦାସ , ସଭାପତି କଟକ ନଗର କଂଗ୍ରେସ କମିଟି ସୁରେଶ ମହାପାତ୍ର , ସମ୍ପାଦକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି , କଟକ ଅମରେନ୍ଦୁ ମହାନ୍ତି , ପ୍ରମୁଖ ବୈଠକ ରେ ଯୋଗଦେଇ ଭାଇଚାରାର ପରମ୍ପରା ରେ ପ୍ରତିଷ୍ଠିତ କଟକ ସହରର ଜିଲ୍ଲା ପ୍ରଶାସନ , କଟକ ମହାନଗର ନିଗମ ଓ ସମସ୍ତ ପୂଜାକମିଟି କର୍ମକର୍ତ୍ତା ପରସ୍ପର ମଧ୍ୟ ରେ ସମନ୍ୱୟ ରକ୍ଷା କରି ଦୁର୍ଗାପୂଜା କୁ ଶାନ୍ତିଶୃଙ୍ଖଳା ର ସହ ପାଳନ କରିବା ସହିତ କଟକ ର ଐତିହ୍ୟ କୁ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ | କଟକ ମହାନଗର ଶାନ୍ତି କମିଟି ର ଉଭୟ ସଭାପତି ଓ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ଓ ଭିକାରି ଚରଣ ଦାସ ଦୁର୍ଗାପୂଜା ରେ କମିଟି ଦ୍ୱାରା ନିର୍ଧାରିତ କରାଯାଇଥିବା କାର୍ଯ୍ୟ ଉପରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ | କଟକ ମହାନଗର ପୂର୍ବାଂଚଳ ଶାନ୍ତିକମିଟି ପକ୍ଷ ରୁ ସଭାପତି ବିଜୟ କୁମାର ସାହୁ ଓ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ମଧ୍ୟ ତାଙ୍କ ର ଦୁର୍ଗାପୂଜା ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ର ସବିଶେଷ ବିବରଣୀ ପାଠ କରିଥିଲେ | ବୈଠକ ରେ କଟକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ତଥା ମହାନଗର ପୂଜାକମିଟି ର ସଭାପତି ଶ୍ରୀ ଶିନ୍ଦେ ଦୁର୍ଗାପୂଜା ପାଳନ ରେ ପୂଜା କମିଟି ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନେ ଯେଉଁସବୁ ଦିଗ ଉପରେ ଆଲୋକପାତ କରିଛନ୍ତି ସେଗୁଡିକ ବିଚାର କୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ | ନିଶା ଏବଂ ଡିଜେ ମୁକ୍ତ ଭସାଣି , ଲେଜର ଲାଇଟ କୁ ବାରଣ କରିବା ପାଇଁ ସମସ୍