ଭୁବନେଶ୍ୱର ନୁଆସାହି ସ୍ଥିତ ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଗଣେଶ ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ |

26

କଟକ (ଉତ୍କଳ ନ୍ୟୁଜ ) ୨-୯-୨୦୨୪ ; ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ନୂଆସାହି ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଚଳିତ ବର୍ଷ ୫୬ ଫୁଟ୍ ଉଚ୍ଚତା ବିଶିଷ୍ଟ ଗଣେଶ ମହାପ୍ରଭୁଙ୍କ ୩୩ ତମ ମହୋତ୍ସବ ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ଚାଲିଛି । ତା:୦୭,୦୯,୨୦୨୪ରିଖ ଠାରୁ ତା:୧୭,୦୯.୨୦୨୪ ରିଖ ପର୍ଯ୍ୟନ୍ତ ମହାଆଡମ୍ବର ସହକାରେ ପାଳନ ହେବାସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ପ୍ରଥମ ଦିନ କଳସ ଶୋଭାଯାତ୍ରା ସହ ସଂନ୍ଧ୍ୟାରେ ଭଜନ ସମାରୋହ, ଦ୍ଵିତୀୟ ଦିନ ରଙ୍ଗିଲା ଡ୍ୟାନ୍ସ ଗ୍ରୁପ୍, ତୃତୀୟ ଦିନ ଏଭର୍‌ଗ୍ରୀନ୍ ଡିଜିଟାଲ୍ ନାଇଟ୍, ଚତୁର୍ଥ ସନ୍ଧ୍ୟାରେ ସଗମ୍ ଅର୍କେଷ୍ଟ୍ରା, ପଞ୍ଚମ ସନ୍ଧ୍ୟାରେ ଜାଭେଦ୍ ଡ୍ୟାନ୍ ଗ୍ରୁପ୍, ଷଷ୍ଠ ସନ୍ଧ୍ୟାରେ କିଙ୍ଗଷ୍ଟ୍ରାର୍ ଡ୍ୟାନ୍‌ ଗ୍ରୁପ୍, ସପ୍ତମ ସନ୍ଧ୍ୟାରେ ସୁରତାଲ୍ , ଅର୍କେଷ୍ଟ୍ରା ଗ୍ରୁପ୍ ସହ ଓଡ଼ିଶା ର ସୁନାମଧନ୍ୟା କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତୀ, ଅଷ୍ଟମ ସନ୍ଧ୍ୟାରେ ଗିତ୍ ମିଲନ୍ ଅର୍କେଷ୍ଟ୍ରା ଗ୍ରୁପ୍ ସହ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଦିସ୍ତୀରେଖା ପାଢ଼ି, ନବମ ସନ୍ଧ୍ୟାରେ ରଷ୍ଟାର୍ ମେଲୋଡ଼ି, ଦଶମ ସନ୍ଧ୍ୟାରେ ମେଲୋଡ଼ି ସୁରମହ୍ଲାର, ଏକାଦଶ ସନ୍ଧ୍ୟାରେ ଅର୍କେଷ୍ଟ୍ରା ମେଲୋଡି ନାଇଟ୍ ଏବଂ ୧୮.୦୯.୨୦୨୪ ରିଖ ଭଷାଣୀ ଉତ୍ସବ ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଅଛି। ୧୦୦ ଜଣ ସଦସ୍ୟଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଅଛି ଏବଂ ୨୦ ଜଣ ମୁଖ୍ୟ ସଦସ୍ୟଙ୍କୁ ଓ୍ବାକିଟକିର୍ ର ବ୍ୟବସ୍ଥା କରାଯାଇଅଛି। ପାଓ୍ବାରହାଉସ୍ ଛକଠାରୁ ଡି.ଏ.ଭି. ସ୍କୁଲ ଛକ, ଏଚ୍.ଡ଼ି.ଏଫ୍.ସି. ଛକଠାରୁ ଆଖଣ୍ଡଳମଣି ମନ୍ଦିର ପର୍ଯ୍ୟନ୍ତ ଆଲୋକି କରଣର ବ୍ୟବସ୍ଥା କରାଯିବା ସହ ୧୦୦ ଜଣ ଭଲ୍ୟୁଣ୍ଟର୍‌ଙ୍କ ପାଇଁ ଟି-ସାର୍ଟର ବ୍ୟବସ୍ଥା ମଧ୍ୟ କରାଯାଇଅଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ହିମାଂଶୁ ଶେଖର ପ୍ରଧାନ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ବଡ଼ଜେନା, ଉପ-ସଭାପତି ସୁପ୍ରଭାତ ପ୍ରଧାନ, ସୁମନ୍ତ ସାମନ୍ତରାୟ, ସାଧାରଣ ସମ୍ପାଦକ ସୁଭେନ୍ଦୁ ନାୟକ,ସାଙ୍ଗଠନିକ ସମ୍ପାଦକ ସାଗର ବଳବନ୍ତରାୟ, ସନ୍ଦୀପ କୁମାର ବଳ, କୋଷାଧ୍ୟକ୍ଷ ଦେବାଶିସ୍ ପ୍ରଧାନ, ସାଂସ୍କୃତିକ ସମ୍ପାଦକ ସନ୍ତୋଷ କୁମାର ସାହୁ ଓ ସହ-ସାଂସ୍କୃତିକ ସମ୍ପାଦକ ସ୍ବାଗତ ରାଜଦର୍ଶି ଉପସ୍ଥିତ ଥିଲେ। ଭୁବନେଶ୍ୱର ରୁ ଜିତେନ୍ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |