କଟକ(ଉତ୍କଳ ନିଉଜ )୩୦/୦୮/୨୦୨୪ : ଓଲଟିଲା ଘରୋଇ ସ୍କୁଲ ଭେନ୍ । ରାସ୍ତା ପାଶ୍ୱର୍ ପୋଖରୀରୁ ୧୩ ଜଣ ଛାତ୍ରଛାତ୍ରୀ ଉଦ୍ଧାର ସେମାନଙ୍କ ମଧ୍ୟରୁ ୪ ଗୁରୁତର ହୋଇଥିବା ସୂଚନା । ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡିଥିଲା । ଏପରିକିକି ପୋଖରୀ ମଧ୍ୟ ୧୦ ଫୁଟ୍ରୁ ଉର୍ଦ୍ଧ ଖାଲ ବୋଲି ଆକଳନ କରାଯାଉଛି । ସ୍କୁଲ ଭେନ୍ଟି ପୋଖରୀରେ ପଡିଯିବା ପରେ ଛାତ୍ରଛାତ୍ରୀମାନେ ଆକୁଳ ଚିତ୍କାର କରିଥିଲେ । ଗାଁ ରାସ୍ତାରେ ଯାଉଥିବା ଦୁଇ ଜଣ ମହିଳା ଡାକହୁଡି ପକେଇବା ପରେ ଦୌଡି ଆସିଥିଲେ ଗ୍ରାମବାସୀ । ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ ୧୧୨ ସହାୟତା ଗାଡି ଯୋଗେ ଚାନ୍ଦବାଲି ଓ ତିହିଡି ମେଡିକାଲକୁ ପଠା ଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତେବେ ପୋଖରୀରେ ପଡି ସେମାନେ ପାଣି ପିଇ ଅଚେତ ହୋଇଥିଲେ । ଦୁର୍ଘଟଣାଗ୍ରସ୍ଥ ସ୍କୁଲ ଭେନ୍କୁ ପୋଲିସ ଜବତ୍ କରିଥିବା ବେଳେ ଚାଳକକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା-ଦିଗଛିଆ ରାସ୍ତା ମଧ୍ୟରେ । ଦିଗଛିଆ ପାତ୍ରସାହିସ୍ଥିତ ଅବସ୍ଥାପିତ ଉତ୍କଳମଣି ଶିଶୁ ଶିକ୍ଷା ମନ୍ଦିର ଛୁଟି ହେବାପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଖେରଙ୍ଗ ଯାଇଥିଲା । ସେଠାରେ କେତେକଙ୍କୁ ଉହ୍ଲାଇ ପୂନଶ୍ଚ ଦିଗଛିଆ ଆଡକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ଭାରସମ୍ୟ ହରାଇ ସ୍କୁଲ ଭେନ୍ଟି ରାସ୍ତା ତଳକୁ ଖସି ପଡିଥିଲା । ଦେଖଣାହାଣିଙ୍କ କହିବାନୁଯାଇ ସ୍କୁଲ ଭେନ୍ଟି ଦୃତ ଗତିରେ ଯାଉଥିଲା ଆଉ ହଠାତ୍ ଏପରି ଦୁର୍ଘଟଣା ହୋଇଥିଲା । ସ୍କୁଲ ଭେନ୍ର ଫିଟ୍ନେସ ଓ ଚାଳକର ସ୍ଥିତିକୁ ନେଇ ନାନାଦି ଗୁଜବ ସୃଷ୍ଟି ହେବାରେ ଲାଗିଛି ଯାହା ତଦନ୍ତ ସାପେକ୍ଷ । ତେବେ ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ୱେ ସୁଧୁରୁ ନାହାଁନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିପରି ପ୍ରଶାସନ ସ୍ତରରେ ବ୍ୟାପକ ସଚସତନତା ମଧ୍ୟ କାଟୁ ଖାଉନି । ରୋଜଗାର ଲୋଭରେ କର୍ତ୍ତୃପକ୍ଷ ଏପରି କରୁଥିବା କୁହାଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |