ଅଧକ୍ଷ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି କଳା ବ୍ୟାଚ ପିନ୍ଧି ଧାରଣାରେ ବସିଲେ କାଉସିଲର

113

କଟକ(ଉତ୍କଳ ନିଉଜ)୧୭/୦୮/୨୦୨୪ : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅଧକ୍ଷ କାଉସିଲର ଙ୍କୁ ମଧ୍ୟରେ ଲାଗିରହିଥିବା ବିବାଦ ସାମ୍ନାକୁ ଆସିଲା l ଅଧକ୍ଷ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଏନଏସି କାର୍ଯ୍ୟାଳୟ ଆଗରେ କଳା ବ୍ୟାଚ ପିନ୍ଧି ଧାରଣା ରେ ବସିବା ସହିତ ହେରେ କୃଷ୍ଣ ହରେ ରାମ ଜପିଲେ 9 କାଉନସିଲର l ଏନଏସି ଅଧକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟପାଇଁ ଏନଏସି ର ୧୩ ଜଣ କାଉନସିଲର ରୁ ୯ ଜଣ କାଉନସିଲର ଧାରଣା ରେ ବସିଛନ୍ତି । କାଉନସିଲର ମାନଙ୍କ ଅଗୋଚର ରେ ବର୍ତ୍ତମାନ ୪୦ ରୁ ଉର୍ଦ୍ଧ କାର୍ଯ୍ୟ ର ସଟ ଟେଣ୍ଡର କରାଯାଇ ଅନ୍ୟ ଗ୍ରାମର ଠିକାଦାର ଙ୍କୁ ଆଣି, ଅଧ୍ଯକ୍ଷ୍ୟ ଓ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ସେମାନଙ୍କ ସହ ସାଲିସ କରି ଟେଣ୍ଡେର ପକାଇଥିବା ଅଭିଯୋଗ କରିଛନ୍ତି କାଉନସିଲର । ଏବଂ ବଦଳି ସତ୍ୱେ କନିଷ୍ଠ ଯନ୍ତ୍ରୀ ଙ୍କୁ ଜାଣିଶୁଣି ଏଠାରେ ରଖା ଯାଇ କାର୍ଯ୍ୟରେ ଦୁର୍ନତି କରାଯାଉଥିବା କାରଣରୁ କାଉସିଲର ମାନେ ସାନ୍ତି ପୂର୍ଣ୍ଣ ପ୍ରତିବାଦ କରିଥିବା କହିଥିବା ବେଳେ ଯେହୁଁ ଦିନ ପର୍ଯ୍ୟନ୍ତ କାଉସିଲର ମାନଙ୍କ ଦାବୀ ପୁରଣ ନକରାଯିବ ସେଯାଏଁ ଆନ୍ଦୋଳନ ଜାରିରହିବା ନେଇ କହିଛନ୍ତି ଧାରଣାରତ କାଉସିଲର | ଗଂଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ଉତ୍କଳ ନିଉଜ |