ପ୍ରଦେଶ ସେବା ସଂଗଠନ ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା |

169

କଟକ(ଉତ୍କଳ ନିଉଜ)୧୫/୦୮/୨୦୨୪ : ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାରତବର୍ଷ ପାଳନ କରିଛି ୭୮ତମ ସ୍ୱାଧିନତା ଦିବସ । ଜାତିର ପିତା ମହାତ୍ମାଗାନ୍ଧିଙ୍କୁ ମନେ ରଖିବା ଓ ସର୍ବଧର୍ମ ସମନ୍ୱୟର ସ୍ଥିରତା ଆଣିବା ଲାଗି ଏହି ଦିବସର ମହତ୍ୱ ରହିଛି । ବ୍ରିଟିଶ ଶାସନ ଓ ରାଜା ରାଜୁଡା ଶାସନ ଅପେକ୍ଷା ଆଜି ସାଧାରଣ ମଣିଷଟିଏ ବଞ୍ôଚବାର ରାହା ପାଇଛି । ଆମର ପ୍ରତିକଭାବେ ଦଣ୍ଡାୟମାନ ହୋଇଛି ତ୍ରିରଙ୍ଗା ପତାକା । ଏହି ପତାକାକୁ ଉଚିତ ସମ୍ମାନ ଜଣାଇବା ପୂର୍ବକ ଭବିଷ୍ୟତ ପୀଢିକୁ ସର୍ବଦା ଉତ୍ସାହିତ କରିବାର ଲକ୍ଷ୍ୟନେଇ ସ୍ୱାଧିନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟସ୍ଥିତ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା । ୭ ଶହ ଫୁଟ୍ ଲମ୍ବର ଏହି ତ୍ରିରଙ୍ଗା ପତାକାକୁ ଦେଢ ଶହ ଛାତ୍ରଛାତ୍ରୀ ଓ ସଂଗଠନର କର୍ମକର୍ତ୍ତାମାନେ ପୀରହାଟ କାନପୁର ଘୋଷରାରୁ ବାହାରି ତିହଡି ପୁରୁଣାହାଟ ଦୀର୍ଘ ୧୨ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା । ଏହି ସମାଗମ ମଧ୍ୟରେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଫାଟି ପଡିଥିଲା । ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ସମେତ ପ୍ରଶାସନିକ ଅଧିକାରୀ, ବ୍ୟକ୍ତି ବିଶେଷ ଓ ସାମାଜିକ ସଂଗଠନ ପକ୍ଷରୁ ତ୍ରିରଙ୍ଗା ପତାକା ଓ ଭାରତମାତାକୁ ସମ୍ମାନ ଜଣାଇବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ପାନୀୟ ଜଳ, ମିଷ୍ଠାନ୍ନ ଓ ମୃଦ୍ୟୁ ପାନୀୟ ଜଳ ପ୍ରଦାନ କରାଯାଇଥିଲା । କିଏ ଜାତୀୟ ପତାକାକୁ ସଲାମ କରୁଥିଲା ତ ଆଉ କିଏ ଭାରତମାତାଙ୍କୁ ପୁଷ୍ପ ମାଲ୍ୟାର୍ପଣ କରି ନିଜକୁ ଧନ୍ୟ ମନେ କରୁଥିଲା । ବାପୁଜୀଙ୍କ ପ୍ରିୟ ଧୂନ୍‌ର ତାଳେତାଳେ ଶୋଭାଯାତ୍ରା ବାହାରିଥିଲା । ଏହି ପଦଯାତ୍ରାରେ ସଂଗଠନର ସଭ୍ୟମାନଙ୍କ ସହିତ ସାଧାରଣ ଜନତା ମଧ୍ୟ ସାମିଲ ହୋଇଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସମସ୍ତ ଜନ ସମାଜ ନୂତନ ଭାରତ ଗଠନ ଲକ୍ଷ୍ୟରେ ଆଗଭର ହେବା ଏବଂ ଜାତି ଧର୍ମ ନିର୍ବିଶେରେ ଏକହୋଇ ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ସଂଗଠନ ପକ୍ଷରୁ ଆହ୍ୱାନ ଦିଆ ଯାଇଥିଲା । ସଂଗଠନର ସଭାପତି ରଞ୍ଜନ ମିଶ୍ର, ସମ୍ପାଦିକା ଶୁଭଦ୍ରା ଭାରତୀ, ବରିଷ୍ଠ ସଦସ୍ୟ ଆର୍ତ୍ତବହ୍ଲଭ ବାରିକ, ଉପଦେଷ୍ଟା ଧୃବଚରଣ ପାଣିଗ୍ରାହୀ, ସହସମ୍ପାଦକ ଗୌତମ ମିଶ୍ର, ଆଲୋକ ବିକାଶ ପ୍ରିୟଦର୍ଶୀ, ମନୋଜ ଦାସ, ପବିତ୍ର ମୋହନ ବାରିକ, ଧିରେନ୍ଦ୍ର ବାରିକ, ଅକ୍ଷୟ ରଣା, ରାଜେନ୍ଦ୍ର ବାରିକ, ତ୍ରିଲୋଚନ ଜେନା, ବୁଦ୍ଧଦେବ ବାରିକ, ଅଶ୍ୱନୀ ସାହୁ, ସୁନିଲ ରାଉତ, ଶଶିକାନ୍ତ ବେହେରା, ଶ୍ରୀକାନ୍ତ ପରିଡା, କାଳନ୍ଦି ମହାନ୍ତି, ଅଲେଖ ଜେନା, ସୁପ୍ରଭା ମିଶ୍ର, ରଞ୍ଜୁଲତା ଗାହାଣ, ମନୋଜ ବେହେରା, ବିଜୟାନନ୍ଦ ବାରିକ, ହରିହର ମହାନ୍ତି ଓ ଶ୍ରୀକାନ୍ତ ସାହୁ ପ୍ରମୁଖ ଶତାଧିକ ସଦସ୍ୟ ସାମିଲ ହୋଇ ସମାଜକୁ ଦିଗଦର୍ଶନ କରାଇଥିଲା । ଏହି କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିବା ଲାଗି ପୀରହାଟ ୟୁନିଫର୍ମ ଆସୋସିଏସନର ସଭାପତି ବିଜୟାନନ୍ଦ ବାରିକ, ସିନ୍ଦୋଳ ସରପଞ୍ଚ ସୁପ୍ରଭା ପାଣି, କୋହ୍ଲ ସରପଞ୍ଚ କୈଳାସ ପରିଡା, ସମିତି ସଭ୍ୟା ତିଳୋତ୍ତମା ବେହେରା ଓ ମଙ୍ଗଳପୁର ସେବା ସମବାୟ ସମିତିର ସଭାପତି ନିତ୍ୟାନନ୍ଦ ବେହେରା, ବ୍ଲକ ପକ୍ଷରୁ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋର୍ତିମୟ କର ଓ ପ୍ରଫୁଲ ଦାସ, ତିହିଡି ଥାନା ପକ୍ଷରୁ ଆଇଆଇସି ପ୍ରସନ୍ନ କୁମାର ନାୟକ, ଏସଆଇ ଅରୁଦ୍ଧତୀ ବେହେରା, ପ୍ରବୀଣ ଗିରି ଓ ପ୍ରକାଶ ନାୟକ, ଅତିରିକ୍ତ ଏସଆଇ ପାର୍ଥ ବେହେରା, କମଳାକାନ୍ତ ଶତପଥି, ଲକ୍ଷ୍ମଣ ମାରାଣ୍ଡି, ଚିତ୍ତରଞ୍ଜନ ବାରିକ, କୁମୁଦୁନୀ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଜାତୀୟ ପତାକା ଓ ଭାରତମାତାଙ୍କୁ ସମ୍ମାନ ଜଣେଇଥିଲେ । ସେହିପରି ପୀରହାଟ ଓ ତିହିଡି ଥାନା ପକ୍ଷରୁ ଏହି ଶୋଭାଯାତ୍ରାକୁ ଏସକଟ୍ ପ୍ରଦାନ କରାଯାଇଥିଲା । ପ୍ରାତଃରେ ସଂଗଠନ ପକ୍ଷରୁ ଚାରିବାଟିଆସ୍ଥିତ ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଶୃମନ ଅର୍ପଣ କରାଯାଇଥିଲା । ପରେ ପୀରହାଟ ପୁରୁଣା ବଜାରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |