ଦେଶରେ ଭଲ ବର୍ଷା ସମ୍ଭାବନା |

29

କଟକ (ଉତ୍କଳ ନ୍ୟୂଜ଼ ) ୦୩.୦୮.୨୦୨୪ : ଗାଂଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବଙ୍ଗଳାଦେଶ ଉପରେ ରହିଛି ଘୁର୍ଣ୍ଣିବଳୟ | ୨୪ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ | ମାତ୍ର ଏହାର ପ୍ରବାହ ଓଡିଶା ଉପରେ ଅଧିକ ଲମ୍ବା ସମୟ ରହିବନି | ଅନୁୟମାନ କରାଯାଉଛି , ସୁନ୍ଦରଗଡ ,କେନ୍ଦୁଝର, ମୟୁରଭଞ୍ଜ , ଝାରସୁଗୁଡା ,ଦେବଗଡ , ଭଦ୍ରକ , ଯାଜପୁର , ସମ୍ବଲପୁର ,ବରଗଡ଼ର ଅଧିକାଂଶ ଅଂଚଳରେ ଶୁକ୍ରବାର ବର୍ଷା ସମ୍ଭାବନା ଅଛି | ଝାରସୁଗୁଡା , ସୁନ୍ଦରଗଡ ,କେନ୍ଦୁଝର ,ସମ୍ବଲପୁର, ଦେବଗଡ , ଓ ବରଗଡ଼ ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ | ୩ ରୁ ବର୍ଷା ପରିମାଣ କମିବା | ୪ ଓ ୫ ରେ ଉତ୍ତର ଉପକୂଳର ଅନେକ ସ୍ଥାନ ସହ କିଛି ଜାଗାରେ ବର୍ଷା ହୋଇପାରେ | ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ନେଇ ସତର୍କତା ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର | ଏପଟେ ଭାରତୀୟ ପାଣିପାଗ ବିଭାଗ ଅଗଷ୍ଟ ଓ ସେପ୍ଟମ୍ବର ପାଇଁ ମୌସୁମୀ ବର୍ଷାର ପୂର୍ବାନୁମାନ ଜାରି କରିଛି | ଏଥିରେ ଦର୍ଶାଯାଇଛି , ସାରା ଦେଶରେ ଏହି ୨ ମାସରେ ଭଲ ବର୍ଷା ସମ୍ଭାବନା ଅଛି | ଦେଶରେ ସ୍ୱାଭାବିକ ଠାରୁ ଅଧିକ ପରିମାଣ ବର୍ଷା ହୋଇପାରେ | ସମ୍ଭାବ୍ୟ ଚିତ୍ର ଅନୁସାରେ ଅଗଷ୍ଟ ଓ ସେପ୍ଟମ୍ବର ମାସରେ ଓଡ଼ିଶାରେ ବି ଭଲ ବର୍ଷା ହେବ ନେଇ ଅନୁମାନ କରାଯାଉଛି | ଚଳିତ ଅଗଷ୍ଟ ମାସରେ ରାଜ୍ୟରେ ଭଲ ବର୍ଷା ହୋଇପାରେ | ମାତ୍ର ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ କମିପାରେ | ଦକ୍ଷିଣରେ ବର୍ଷା ନିଅଣ୍ଟିଆ ରହିବ ଆଶଙ୍କା ରହିଛି | ବିଶେଷ କରି କଳାହାଣ୍ଡି ,ରାୟଗଡା ଓ ଗଜା ପତିରେ ବର୍ଷା ପରିମାଣ କମିବା ଅନୁମାନ କରାଯାଉଛି | ହେଲେ ରାଜ୍ୟର କେନ୍ଦ୍ରୀୟ , ଉତ୍ତର ,ପଶ୍ଚିମ ଓ ଉପକୂଳରେ ଭଲ ବର୍ଷା ସମ୍ଭାବନା ଅଛି | ଉଭୟ ଅଗଷ୍ଟ ଓ ସେପ୍ଟେମ୍ବର ପୂର୍ବାନୁମାନ ଚିତ୍ର ଦେଖିଲେ ରାଜ୍ୟରେ ମୌସୁମୀ ଶେଷ ପର୍ଯ୍ୟନ୍ତ ଭଲ ବର୍ଷା ଦେବା ଅନୁମାନ କରାଯାଉଛି | ଜୁଣେ ପହିଲାରୁ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି ତଥାପି ବାଲେଶ୍ୱର ,ଭଦ୍ରକ ,କେନ୍ଦୁଝର ,ସୁନ୍ଦରଗଡ,ଝାରସୁଗୁଡା,କେନ୍ଦ୍ରାପଡା ,ସମ୍ବଲପୁର , ଦେବଗଡ଼ ,ମୟୁରଭଞ୍ଜ,ଯାଜପୁର,ପୁରୀରେ ବର୍ଷା ନିଅଣ୍ଟିଆ ଅଛି |