କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ସ୍ଵାଧୀନ ଫେଡେରେସନ ସମୂହ ଅଗଷ୍ଟ ୯ ରାଜ୍ୟସ୍ତରୀୟ ସମାବେଶକୁ ସଫଳ କରିବା ପାଇଁ ଆହ୍ୱାନ।
କଟକ (ଉତ୍କଳ ନ୍ୟୂଜ଼ ) ୦୩.୦୮.୨୦୧୪ : କେନ୍ଦ୍ରରେ ବହୁମତ ହରାଇ ସାରିଥିବା ମୋଦୀ ସରକାର ଏପର୍ଯ୍ୟନ୍ତ ଏକଥାକୁ ବୁଝିପାରି ନଥିବା ପରି ଲାଗୁଛି । ଏବେ ସରକାରର ନାମ ଭାଜପା-ମୋଦୀ ସରକାରରୁ ଏନ୍ଡିଏ-ମୋଦୀ ସରକାର ହୋଇଛି। ତା ସତ୍ତ୍ବେ ମୋଦୀ ଓ ବିଜେପି ଅହଙ୍କାରୀ ସାଜି ପୂର୍ବାପେକ୍ଷା ଅଧ୍ଵକ କ୍ଷିପ୍ରଗତିରେ ଘରୋଇକରଣ ସହିତ ଶ୍ରମିକ ବିରୋଧୀ ତଥା ଜନବିରୋଧୀ ନୀତିଗୁଡ଼ିକୁ ଲାଗୁ କରିବାକୁ ବସିଛନ୍ତି। ସରକାର ସଙ୍କେତ ଦେଇ ସାରିଲେଣି ଯେ ସେ ଆଉ କାଳବିଳମ୍ବ ନକରି ନୂତନ ଶ୍ରମ ସହିଂତା ସହିତ ସବୁ ଶ୍ରମିକ ବିରୋଧୀ ନୀତିଗୁଡ଼ିକୁ ଲାଗୁ କରିବେ। କର୍ପୋରେଟ ହାଉସମାନେ ଫସହଜରେ ବେପାର କରିବା’ କାମଟିକୁ ସୁନିଶ୍ଚିତ କରିବାକୁ ଋହୁଁଛନ୍ତି । ଏଥିପାଇଁ ଶ୍ରମିକମାନଙ୍କର ସହଜରେ ଜୀବନ ଜୀଇଁବା କଥା ଉପରେ ମୋଦୀ ଗୁରୁତ୍ୱ ଦେବାକୁ ଋହାଁନ୍ତି ନାହିଁ । ମୋଦୀ-ଏନ୍ଡ଼ିଏ ସରକାରକୁ ଆସିବା ପରେ ଶ୍ରମିକଶ୍ରେଣୀ ଉପରେ ଯେଉଁ ନୂତନ ଆକ୍ରମଣ ଆରମ୍ଭ ହୋଇଥିଲା ତାହା ହେଉଛି ଶ୍ରମିକମାନଙ୍କର ଭବିଷ୍ୟନିଧୂ ପାଣ୍ଠି ଜମା କରୁନଥିବା ମାଲିକମାନଙ୍କ ଠାରୁ ଏଥିପାଇଁ ପୂର୍ବରୁ ଯେଉଁ ଜୋରିମାନା ଆଦାୟ କରାଯାଉଥିଲା ତାହାକୁ କମାଇବେ। ଯାହାଫଳରେ ଉଦ୍ୟୋଗପତିମାନେ ଶ୍ରମିକମାନଙ୍କର କଷ୍ଟଲବ୍ଧ ମଜୁରିରୁ ଅର୍ଥ ଲୁଟିପାରିବେ । ଶ୍ରମିକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇକଲବଲ ହେବେ । ସାମାଜିକ ସୁରକ୍ଷାର ଅବଧାରଣାକୁ ଓଲଟପାଲଟ କରାଯାଇ ଏହାର ବୋଝକୁ ଶ୍ରମିକଙ୍କ କାନ୍ଧରେ ଲଦି ଦିଆଯାଇଛି। ସ୍ଵଳ୍ପ ସମୟର ନିଯୁକ୍ତି ତଥା ଠିକାକରଣ ଭିତରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ସ୍ଵପ୍ନରେ ରହିଯାଇଛି । ଦରବୃଦ୍ଧି ଅନୁଯାୟୀ ମଜୁରୀ ବୃଦ୍ଧି କରିବା ଆଜି ସ୍ଵପ୍ନରେ ରହିଯାଇଛି। ସେହିପରି ଦେଶରେ ଥିବା ଅପରାଧିକ ନ୍ୟାୟ ପ୍ରଣାଳୀକୁ ଖତମ କରିଦେଇ ଲୋକଙ୍କ ଉପରେ ଔପନିବେଶିକ କାଳର ନ୍ୟାୟ ପ୍ରକ୍ରିୟାଠାରୁ ଖରାପ ବ୍ୟବସ୍ଥାକୁ ଲଦି ଦିଆଯାଇଛି। ୧ ଜୁଲାଇରୁ ନୂତନ ଆଇନ ବ୍ୟବସ୍ଥା ଲାଗୁ ହୋଇଯାଇଛି ଯାହାକି ବୈଧ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ମଧ୍ୟ ଅବୈଧ କରିଦେଇଛି ତଥା ଶ୍ରମିକମାନଙ୍କର ଆନ୍ଦୋଳନ କରିବାର ଅଧିକ | ଏ.ଆଇ.ସି.ସି.ଟି.ୟୁ ର ମହେନ୍ଦ୍ର ପରିଡ଼ା,ଏ.ଆଇ.ୟୁ.ଟି.ୟୁ.ସି ର ନିରଞ୍ଜନ ମହାନ୍ତି,ଏଚ୍.ଏମ.ଏସ୍ ର କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ଏଲ.ପି.ଏଫ୍ ର ମନୋରଞ୍ଜନ ମହାରଣା ,ଟି.ୟୁ.ସି.ସି ର ଜ୍ୟୋତିରଞ୍ଜନ,ବି.ଇ.ଏଫ୍.ଆଇ ର ଅଜୟ କୁମାର ମହାନ୍ତି ଯୋଗଦେଇଥିଲେ। ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।