ଭଦ୍ରକ ସହରରେ ଚାଲିଛି ବୁଲଡୋଜର ପ୍ରକ୍ରିୟା, ଜବରଦଖଲ ମୁକ୍ତ ସହର ଗଠନ କରିବାରେ ବିଜ ବୁଣିଲା ପ୍ରଶାସନ।

137

କଟକ (ଉତ୍କଳ ନ୍ୟୁଜ ) ୦୨-୦୮-୨୦୨୪ ; ଭଦ୍ରକ ସହରରେ ଚାଲିଛି ବୁଲଡୋଜର ପ୍ରକ୍ରିୟା, ଜବରଦଖଲ ମୁକ୍ତ ସହର ଗଠନ କରିବାରେ ବିଜ ବୁଣିଲା ପ୍ରଶାସନ। ନୂଆକରି ଗଠିତ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ସକରାରୀ ଜମି ଜବର ଦଖଲ ହୋଇଥିବା ସବୁ ଘଟଣାରେ କ୍ଷେତ୍ରୀୟ ତଦନ୍ତ କରି ତ୍ୱରିତ ପଦକ୍ଷେପ ନେବାକୁ ଆଦେଶ ଦେଇଥିଲେ। ଏହି କ୍ରମରେ ଭଦ୍ରକ ଜିଲ୍ଲାର ମୁଖ୍ଯ ସହରାଞ୍ଚଳ କୁହା ଯାଉଥିବା ଅପର୍ତ୍ତିବିନ୍ଧା ଠାରୁ ରାଜଘାଟ ମଧ୍ୟରେ ବେଆଇନ ଭାବେ ସରକାରୀ ଜମି ଜବର ଦଖଲ କରି ବିଭିନ୍ନ ଦୋକାନ ନିର୍ମାଣ କରିଥିବା ଦୋକାନୀ ମାନଙ୍କୁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରକାଶ ଥାଉକି, କ୍ରମବର୍ଦ୍ଧିଷ୍ଣୁ ଭଦ୍ରକ ସହରକୁ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବା ଲକ୍ଷ୍ୟରେ ୨୦୨୧ ମସିହାରେ ଅପର୍ତ୍ତିବିନ୍ଧା ଠାରୁ ସାଳନ୍ଦୀ ନଦୀ ଉପରେ ନିର୍ମିତ ରାଜଘାଟ ସେତୁ ପର୍ଯ୍ୟନ୍ତ ୧୬ ଶହ ମିଟର ରାସ୍ତା ପ୍ରଶସ୍ତିକରଣ, ଯାହାକି ଦୁଇ ପାର୍ଶ୍ବରେ ୧୦ ମିଟର ଚଉଡା ବିଶିଷ୍ଟ ରାସ୍ତା ସହିତ ମଝିରେ ଏକ ମିଟର ଚଉଡା ବିଶିଷ୍ଟ ଏକ ସୁଦୃଶ ମେରିଡେନର ପରିକଳ୍ପନା ରଖି ୪ କୋଟି ୭୯ ଲକ୍ଷ ଟଙ୍କାର ରାସ୍ତା ନିର୍ମାଣ ପାଇଁ ଠିକାଦାର ନିଯୁକ୍ତି ଦିଆ ଯାଇଥିଲା। ଯୋଜନାର ଅବଧି ଅନୁଯାଇ ଚୁକ୍ତିନାମା ସ୍ବାକ୍ଷର କରାଯିବାର ବର୍ଷକ ମଧ୍ୟରେ ଏହି ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ କୁହା ଯାଇଥିଲା। ହେଲେ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ରାସ୍ତା ପାର୍ଶ୍ଵକୁ ଜବରଦଖଲ କରି ମାଡି ବସିଥ‌ିବା ମୁଷ୍ଟିମେୟ ଲୋକଙ୍କୁ ହଟାଇବା ଜରୁରୀ ଥିଲା। କାରଣ ରାସ୍ତା ପ୍ରଶସ୍ତିକରଣ ପାଇଁ ଯେତିକି ଜମି ଆବଶ୍ୟକ ସେତକ ନାହିଁ ଯାହା ଅଦ୍ୟାବଧି ହୋଇପାରି ନ ଥିଲା। ତେବେ ଦୁଇଦିନ ହେଲା ହୋଇଥିବା ଉଛେଦକୁ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ବିସ୍ଥାପିତମାନଙ୍କୁ ଥଇଥାନ କରିବା ପାଇଁ ବୁଦ୍ଧିଜୀବି ମହଲରେ ଦାବି ହେଉଛି। ଅନ୍ୟ ପକ୍ଷରେ ଏହି ଉଛେଦ ପ୍ରକ୍ରିୟା ପାଇଁ ଭଦ୍ରକ ଜିଲ୍ଲା ପୁଲିସ ତଥା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଥମ ପର୍ଯାୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଟାଉନ ହଲ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ହେବ। ପରେ ବାଇପାସ, କଲେଜ ରୋଡ଼, ଅପର୍ତ୍ତିବିନ୍ଧାରୁ ବନ୍ତ ଛକ, ମୋଟେଲ ଛକ ପର୍ଯ୍ୟନ୍ତ ଉଚ୍ଛେଦ ହେବ । ତହସିଲଦାର , ସିଟି ଡ଼ିଏସପି, ପୌରପାଳିକାର ଅଧିକାରୀଙ୍କ ସମେତ ୪ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୃତୟନ ହୋଇଛନ୍ତି । ଉଚ୍ଛେଦ ବେଳେ କେତେକ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି। ପୂର୍ବରୁ ପ୍ରଶାସନ ତରଫରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଉଚ୍ଛେଦ ନେଇ ଅବଗତ କରାଯାଇଥିଲା । ତେବେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ତହସିଲଦାର କହିଛନ୍ତି । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |