କଟକ ( ଉତ୍କଳ ନ୍ୟୁଜ ) ୨୯-୭-୨୦୨୪ : ରାଜ୍ୟ ରେ ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ଚାତ୍ରଛାତ୍ରଙ୍କୁ " ତିଥି ଭୋଜନ " ପ୍ରଦାନ କରାଯିବା ପାଇଁ ନୂତନ ଗାଇଡଲାଇନ ଆଣିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ | ଏହି ଉପଲକ୍ଷେ ଷୋମବାର କହ୍ନେଇପୁର ଗ୍ରାମପଂଚାୟତ ଭଗତପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ତିଥି ଭୋଜନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲୋକସେବା ଫାଉଣ୍ଡେସନ ସଭାପତି , ସମାଜସେବୀ ତଥା ଟାଙ୍ଗି ସାଲେପୁର ବିଜେପି ନେତା ହିମାଂଶୁ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱତନ୍ତ୍ର ପୋଷଣ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିଥିଲେ | ଏହାସହ ସ୍କୁଲ ପରିସର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଂଯୋଜକ ଚୌଧୁରୀ ହେମନ୍ତ କୁମାର ସାହୁ,କହ୍ନେଇପୁର ପଞ୍ଚାୟତ ପ୍ରଭାରୀ ଆକାଶ ପାତ୍ର, ଦେବାଶିଷ ମଲିକ, ରୂପକ କୁମାର ମହାନ୍ତି, ଚନ୍ଦ୍ରମଣି ପାଇଲ, ଅନାଦି ସାହୁ,ରଞ୍ଜନ କୁମାର,ଡମ୍ବରୁଧର ସ୍ୱାଇଁ, ନାଏବ ସରପଞ୍ଚ ଜେମା ସର୍ଦାର,ବଂଶୀଧର ସ୍ୱାଇଁ, କହ୍ନେଇପୁର ପଞ୍ଚାୟତ ସଭାପତି ଅନନ୍ତ ପାତ୍ର,ଗରୁଡ଼ଗାଁ ପଞ୍ଚାୟତ ସଭାପତି ତାପସ ରଞ୍ଜନ ବେହେରା, କୋଟସାହି ପଞ୍ଚାୟତ ସଭାପତି ସମରେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିଲେ | ଏପରି କାର୍ଯ୍ୟକ୍ରମ ପାଇଁ ସ୍କୁଲ ପକ୍ଷ ରୁ ହିମାଂଶୁ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ |