କଟକ(ଉତ୍କଳ ନିଉଜ )୨୭/୦୭/୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ବିପଦ ବନ୍ଧୁ ସେବା ସଙ୍ଗଠନ ତରଫରୁ ୨୫ତମ ବାର୍ଷିକ ଉତ୍ସବ ଅବସରରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ହୋଇଛି। ଆସନ୍ତା ୭ ସେପ୍ଟେମ୍ବର ୨୦୨୪ ପୂଜା ଅବସରରେ ସଙ୍ଗଠନ ପକ୍ଷରୁ ସମସ୍ତ କାର୍ଯ୍ୟ ପାଇଁ ଆଲୋଚନା କରିବା ସଙ୍ଗେ ସଙ୍ଗେ ପ୍ରଥମ ପର୍ଯ୍ୟାୟରେ ଗରିବ ଅସହାୟ ଓ ଭିନ୍ନକ୍ଷମ ଲୋଙ୍କଙ୍କୁ ମଶାରୀ ଓ ଛତା ବଣ୍ଟନ, ଦ୍ୱିତୀୟ ପର୍ଯ୍ୟାୟରେ ସ୍ବାସ୍ଥ୍ୟ ସେବା ଶିବିର ଏବଂ ତୃତୀୟ ଦିନରେ ବୃକ୍ଷ ରୋପଣ ଓ ସଂସ୍କୃତିକ କାର୍ଯ୍ୟ କର୍ମ ବୋଲି ସଙ୍ଗଠନର ସମସ୍ତ କର୍ମ କର୍ତ୍ତାମାନେ ମତ ରଖିଲେ। ଏହି ବୈଠକରେ ସଙ୍ଗଠନର ସଭାପତି କୈଳାସ ସାହୁ, ସମ୍ପାଦକ ଅଲେଖ ଜେନା, ଉପସଭାପତି ସୁଜିତ୍ ସାହୁ, କୋଷାଧ୍ୟକ୍ଷ ରାଜୟ ବାରିକ, ସୋସିଆଲ ମିଡ଼ିଆ ସଂଯାଜକ ଲୋକନାଥ ପରିଡ଼ା, ତପନ ବାରିକ, ଟିମ୍ ପରିଚାଳକ ସୁରେନ୍ଦ୍ର ପରିଡା, ଭରତ ମହାଳିକ, ଗୋପୀନାଥ ନାୟକ, ରଙ୍ଗାଧର ଜେନା ଏବଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |