କଟକ(ଉତ୍କଳ ନିଉଜ )୨୭/୦୭/୨୦୨୪ : ରାଜ୍ୟପାଳଙ୍କ ପୁତ୍ରଙ୍କୁ ଗିରଫ କରିବା ଦାବିରେ ସିପିଆଇ(ଏମ୍) ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଟ ନେତା ଚନ୍ଦ୍ର ଶେଖର ନାୟକଙ୍କ ସଭପତିତ୍ବରେ କଚେରିବଜାର ଠାରେ ଅନୁଷ୍ଟିତ ସଭାରେ ରାଜ୍ୟ ନେତା ସାଥୀ ସନ୍ତୋଷ ଦାସ, ନିର୍ମଳ ନାୟକ, ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ମଳୟ ଭୋଇ, କାଳନ୍ଦୀ ପାତ୍ର, ପ୍ରଫୁଲ୍ଲ ପାଢ଼ୀ, ରାଜ୍ୟ ମହିଳା ନେତ୍ରୀ ସୁରଜିତା ନାୟକ , ରମେଶ ସାହୁ, ଯାଇନୁଲ ଅବେଡିନି, ଗୟାଧର ସାହୁ ଓ ଯୁବ ଆଇନୀଜୀବି ପ୍ରତାପ ସେଠୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଓ ଜନ ବିରୋଧି ବଜେଟକୁ ନିନ୍ଦା କରିଥଲେ। କେନ୍ଦ୍ର ବିଜେପି ଦ୍ୱରା ନିଯୁକ୍ତି ପାଇଥିବା ରାଜ୍ୟପାଳମାନେ ବିଜେପି ବିରୋଧୀ ସରକାର ମାନଙ୍କୁ ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟ କରୁଥିବାରୁ କେରଳ ଓ ବେଙ୍ଗଲ ସରକାର ମହାମହୀମ ରାଜ୍ୟପାଳ ମାନଂକ ବିରୋଧର ମାନ୍ୟବର ସୁପ୍ରିକୋର୍ଟରେ ମୋକଦ୍ଦମା ଆବେଦନ କରୁଥିବାରୁ ସେମାନଙ୍କୁ ନୋଟିସ ଜାରି କରିଛନ୍ତି। ଅନୁରୂପ ଭାବରେ ପବିତ୍ର ରଥ ଯାତ୍ରା ପୂର୍ବରୁ ପୁରୀ କର୍ତ୍ତବ୍ଯ ଓ ଦାୟିତ୍ଵ ବହନ କରୁଥିବା ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିଲେ ଓଡିଶାଙ୍କ ପୁତ୍ର। ତାଂକ ବିରୋଧର ଏତଲା ଦେବା ପରେ ମଧ୍ୟ ଆଦ୍ୟାବଧି ସେ ଗିରଫ ହୋଇ ନଥିବାରୁ ବିଧାନସଭାରେ ମଧ୍ଯ ପ୍ରତିବାଦ ହୋଇଛି। ତାଙ୍କୁ ଗିରଫ କରାଯାଇ ନଥିବାରୁ ଆଜି ପ୍ରତିବାଦ ସଭା କରିବା ସହ ତାଂକୁ ଗିରଫ କରାନଗଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନି ଦିଆ ଯାଇଥିବା ଭଦ୍ରକ ଜିଲ୍ଲା ସମ୍ପାଦକ ଦିବ୍ୟସିଂହ ନାୟକ ସୂଚନା ଦେଇଛନ୍ତି। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |