କଟକ (ଉତ୍କଳ ନ୍ୟୁଜ ) ୨୭-୭-୨୦୨୪ ରିଖ ଇମ୍ଫା ଶିଳ୍ପ ଗୋଷ୍ଠୀ ର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡେସନ ପକ୍ଷ ରୁ ସ୍କୁଲ ପାଠ୍ୟ ଉପକରଣ ବଣ୍ଟନ ଓ କୃତି ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ରେ ଚୌଦ୍ୱାର କଟକ ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇମ୍ଫା ର ମୁଖ୍ୟ ଉପସଭାପତି ଶ୍ରୀ ବିନୟ ଅଗ୍ରୱାଲ, ଆଥଲେଟିକ ଆସୋସିଏସନ ର କାର୍ଯ୍ୟକାରୀ ସଭାପତି ଦିଲୀପ ଛତାର , ସମ୍ପାଦକ ବିଜୟ କୁମାର ସାହୁ , ଚୌଦ୍ୱାର ପୌରପରିଷଦ ର ପୌରଉପାଦକ୍ଷ ଶୁଭେନ୍ଦୁ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ | ପ୍ରତିବର୍ଷ ଭଳି ଟାଙ୍ଗି ଚୌଦ୍ୱାର ରେ ଆଥଲେଟିକ ମିଟ ୨୦୨୩ ମସିହା ରେ ଅନୁଷ୍ଠିତ ହୋଇଥିବା ବେଳେ ଏଥି ରେ କୃତିତ୍ୱ ଲାଭ କରିଥିବା ଖେଳାଳି ମାନଙ୍କୁ ଜିଲ୍ଲାସ୍ତର ରେ ଖେଳିବା ପାଇଁ ସୁଯୋଗ ମିଲିଥିଲା | ଜିଲ୍ଲାସ୍ତର ରେ ଖେଳି ମୋଟ ୧୫ ଜଣ ଖେଳାଳି ନିଜର କୌଶଳ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ | ଏହି କୃତି ଖେଳାଳି ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କୁ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା | ଟାଙ୍ଗୀ ଚୌଦ୍ୱାର ବ୍ଲକ ରେ ୭ ଟି ସ୍କୁଲ କୁ ଇମ୍ଫା ଦ୍ୱାରା ବେଞ୍ଚ , ଡେସ୍କ ସହାୟତା ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା | ଅନ୍ୟପକ୍ଷେ , ମାନ୍ୟବର ବିଧାୟକଙ୍କ ପ୍ରସ୍ତାବ କ୍ରମେ ଚୌଦ୍ୱାର ର ଶିଶୁ ନିଶା ନିବାରଣ କେନ୍ଦ୍ର "ପରିବର୍ତ୍ତନ" ର ମୁଖ୍ୟ ନରୋତ୍ତମ ଦାସ ଙ୍କୁ ଇମ୍ଫା ଦ୍ୱାରା ଏକ କମ୍ପୁଟର ସେଟ ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଟାଙ୍ଗି ଚୌଦ୍ୱାର ଆଥଲେଟିକ ଆସୋସିଏସନ ର ସଭ୍ୟ ଭାସ୍କର ଚନ୍ଦ୍ର ରାଉତ ରାୟ , ଅଶ୍ୱନୀ ଜେନା , ଅମୁଲ୍ୟ ରାଉତ ରାୟ , ମାନସ ପରିଡା , ଭାସ୍କର ପ୍ରସାଦ ମହାପାତ୍ର , ଅନ୍ତର୍ଯ୍ୟାମୀ ସାହୁ , ଭୀମସେନ ବିଶ୍ୱାଳ , ଓ ଇମ୍ଫା ର ମାନସ ରଞ୍ଜନ ପ୍ରଧାନ , ଅଭିଷେକ ଘୋଷ , ସୁନୀଲ କ୍ରିଷ୍ଣା ଦାସ , ସ୍ଥିତ ପ୍ରଜ୍ଞା ଦାସ , ରାକେଶ ଵୋଷ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ | ଇମ୍ଫା ର ଲୋକସମ୍ପର୍କ ବିଭାଗ ର ଉପ ସାଧାରଣ ପ୍ରଶାସକ ଧୃବ ଚରଣ ରାଉତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |