ସିପିଆଇ(ଏମ)ର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ |

150

କଟକ (ଉତ୍କଳ ନ୍ୟୁଜ ) ୨୭--୦୭-୨୦୨୪: ସିପିଆଇ(ଏମ)ର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ବଜେଟ ଅଧିବେଶନ ପରେ ପରେ ଦରବୃଦ୍ଧି, ବେକାରୀ ସମସ୍ୟାକୁ ସମାଧାନ କରିବା ଦିଗରେ ଅର୍ଥବରାଦ ନକରିବା, କୃଷକ, ଶ୍ରମିକ, ମହିଳାମାନଙ୍କ, ଛାତ୍ର, ଛାତ୍ରୀ ମାନଂକ ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଅଧିକ ବ୍ୟୟ ଅଟକଳ ନକରିବା ଓ ସର୍ବୋପରି ଓଡିଶାର ସ୍ୱଳ୍ପ ଅର୍ଥ ସହାୟତା ଦିଆଯାଇଥିବା ପ୍ରତିବାଦ କରିବା ପାଇଁ ନିବେଦନ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, କୃଷି ଋଣ ଛାଡ କରିବା, ସାର, ବିଷ ଓ କୀଟନାଶକ ଔଷଧ ଚାଷୀ ମାନଙ୍କୁ ରିହାତି ଦରରେ ଯୋଗାଇବା, ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଦେବା, ଅସଂଗଠିତ ଶ୍ରମିକ ମାନଙ୍କ ସାମାଜିକ ନିରାପତ୍ତା ପାଇଁ ସଂସଦରେ ଆଇନ ପ୍ରଣୟନ କରିବା, ମୋଦି ସରକାର ଜାତୀୟ ସଂପତ୍ତି ବିକ୍ରି ବଂଦ କରିବା, ଓଡିଶାରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ଆଦି ଦାବିରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ସାଧାରଣ ବୈଠକ ସିପିଆଇ(ଏମ) ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ପ୍ରଫୁଲ୍ଲ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ବୈଠକରେ ସିପିଆଇ(ଏମ) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ସନ୍ତୋଷ ଦାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି ବିରୋଧରେ ଆଲୋଚନା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ବଜେଟ୍‌ରେ ଆମ ଦେଶର ଯୁବକ ଯୁବତୀ ଓ ଚାଷୀ ମାନଙ୍କ ଦାବି ଓ ଅଧିକାର କୁ ଉପେକ୍ଷା କରାଯାଇଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ । ପାର୍ଟି ସଂଗଠନକୁ ଭଦ୍ରକ ଜିଲ୍ଲାରେ ମଜବୁତ୍ କରିବାକୁ ଶ୍ରୀ ଦାସ ଆହ୍ୱାନ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିପିଆଇ(ଏମ) ରାଜ୍ୟ କମିଟି ସଭ୍ୟ କମ୍ରେଡ ନିର୍ମଳ ନାୟକ, ଜିଲ୍ଲା ସଂପାଦକ କମ୍ରେଡ ଦିବ୍ୟସିଂହ ନାୟକ, ଅନ୍ୟତମ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ, ପ୍ରତାପ ସେଠୀ, କାଳନ୍ଦୀ ପାତ୍ର, ବାମଦେବ ମିଶ୍ର, ଜୟନୁଲ ଆବେଦିନ, ଗୟାଧର ସାହୁ, ସୁରଜିତା ନାୟକ, ରମେଶ ସାହୁ, ନାରାୟଣ ଦାଶ, ନିରଞ୍ଜନ ପାଣି ଓ ଉଜ୍ୱଳ ଜେନା ପ୍ରମୁଖ ଯୋଗଦେଇ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ପାର୍ଟି ସଂଗଠନ ସଂପର୍କରେ ଆଲୋଚନା କରିଥିଲେ । ଏହି ଜିଲ୍ଲା ସ୍ତରୀୟ ସାଧାରଣ ବୈଠକରେ ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ର ଅନ୍ୟତମ ନେତା କମ୍ରେଡ ବାଇଧର ମଲ୍ଲିକଙ୍କ ମୃତ୍ୟୁରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ସାଧାରଣ ବୈଠକରେ ଜିଲ୍ଲାର ୭ ଟି ବ୍ଲକର ସାଂଗଠନିକ କର୍ମକର୍ତ୍ତର୍ା ଯୋଗଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |