କଟକ (ଉତ୍କଳ ନ୍ୟୁଜ ) ୨୫-୦୭-୨୦୨୪ : କୃଷି ଓ କୃଷକ ସଶକ୍ତିକରଣ ପ୍ରକ୍ରିୟା କୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ସହ ଓ ଉପଯୁକ୍ତ ହିତାଧିକାରୀ ଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବା ନିମନ୍ତେ କୃଷି ଅଧିକାରୀ ତଥା ବ୍ୟାଙ୍କ ଅଧିକାରୀ ମାନେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଖରିଫ ଫସଲ ନୀତି ନିର୍ଧାରଣ କମିଟି ବୈଠକ ୨୦୨୪ ରେ ମତପରକଶହ ପାଇଛି | ଜିଲ୍ଲାପାଳ ଙ୍କ ଦାୟିତ୍ୱ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଉମାକାନ୍ତ ରାଜ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ୨୦୨୪ ଆର୍ଥିକ ବର୍ଷ ପାଇଁ ଖରିଫ ଫସଲ ନିମନ୍ତେ ବିଭିନ୍ନ ନୀତି ନିର୍ଧାରଣ କରାଯାଇଛି | ନିର୍ଧାରିତ ରଣନୀତି ଅନୁଯାୟୀ ଅମଳବିହୀନ ଧାନ ଜମି ରେ ମୂଲ୍ୟ ଭିତ୍ତିକ ଚାଷ , କୃଷି କ୍ଷେତ୍ରରେ ଉଦ୍ୟମିତା ପ୍ରୋତ୍ସାହନ ଓ ବେସରକାରୀ ପୁଞ୍ଜି ଲଗାଣ, ବୈଷିୟକ ଜ୍ଞାନକୌଶଳ ପ୍ରୋୟାଗ , ଜଳସେଚନ ର ସଦୁପଯୋଗ , ପଥୁରିଆ ଜମି ରେ ମାଣ୍ଡିଆ ବା ମିଲେଟ ଜାତୀୟ ଫସଲ ଉତ୍ପାଦନ ଆଦି କରାଯିବାକୁ ବୈଠକ ରେ ପରାମର୍ଶ ଦିଆଯାଇଛି | ଜୈବିକ କୃଷି କୁ ପ୍ରୋତ୍ସାହନ ଓ ସମନ୍ବିତ କୃଷିର ପ୍ରଚଳନ , ମୃତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ ପୂର୍ବକ ମୃତିକା ପରୀକ୍ଷା କରାଇ ନେବା ନିମନ୍ତେ ପ୍ରୋତ୍ସାହିତ କରିବା ତ୍ରି ହାତି ଦରରେ କୃଷି ଯନ୍ତ୍ରପାତି ଯୋଗାଇ ଦେବା , ସୌରଶକ୍ତି ର ଉପଯୋଗ ଦ୍ୱାରା ପାଣି ପମ୍ପ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମ ବ୍ୟବହାର କରିବା ନିମନ୍ତେ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ବୈଠକ ରେ ଗୁରୁତ୍ୱାରୋପ କରାଯାଇଥିଲା | ବୈଠକ ରେ ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର କର ଗତ ଖରିଫ ଋତୁ ରେ ସତ ପ୍ରତିଶତ ଲକ୍ଷ ହାସଲ ହୋଇଥିବା ସୂଚନା ଦେଇଥିଲେ | ୨୦୨୪ ଖରିଫ ଫସଲ ଋତୁ ରେ ମୋଟ ୧୨୩୩୦୦ ହେକ୍ଟର ଜମି ରେ ଢାହାନ , ୧୦୦୦ ହେକ୍ଟର ଜମି ରେ ମକା ଓ ୧୨୬୦ ହେକ୍ଟର ଜମି ରେ ମାଣ୍ଡିଆ , ବାଜରା ଓ ଯଅ ଚାଷ ପାଇଁ ଲକ୍ଷ ରଖାଯାଇଛି | ଏଥିସହ ୯୨୦୦ ହେକ୍ଟର ଜମି ରେ ଡାଲି ଜାତୀୟ ଫସଲ , ୨୫୪୦ ହେକ୍ଟର ଜମି ରେ ତୈଳବୀଜ , ୮୫୦ ହେକ୍ଟର ଜମି ରେ ଝୋଟ , ୪୨୩୦୦ ହେକ୍ଟର ଜମି ରେ ଆଖୁ ଉତ୍ପାଦନ ଲକ୍ଷ ରଖାଯାଇଛି | ସେହିପରି ପ୍ରାକୃତିକ ବିପର୍ଯ୍ୟୟ ବା ଆକସ୍ମିକ ଅଘଟଣ ଏଡ଼ାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଜିଲ୍ଲା ରେ ଖରିଫ ଫସଲ ଚାଷ କୁ ବୀମା ଭୁକ୍ତ କରାଯାଇଛି | ବୈଠକ ରେ ଅନ୍ୟମାନଙ୍କ ମଧ୍ୟ ରେ ସହକାରୀ କୃଷି ନିର୍ଦେଶକ , ଉପନିର୍ଦେଶକ , ଉଦ୍ୟାନ କୃଷି , ଉପନିବନ୍ଧକ , ସମବାୟ ସମିତି ସମୂହ , ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ , ସହକାରୀ କୃଷି ଅଧିକାରୀ , ବ୍ଲକ କୃଷି ଅଧିକାରୀ , ଜିଲ୍ଲା କୃଷି ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ |