କଟକ (ଉତ୍କଳ ନ୍ୟୁଜ ) ୨୪ - ୦୭-୨୦୨୪ : ନିଖିଳ ଓଡିଶା ପୌର ୱାର୍ଡ କୋର୍ଡିନେଟର ସଙ୍ଘ ତରଫରୁ ତିନି ଦଫା ଦାବୀ ନେଇ ରାଜ୍ୟ ବ୍ୟାପି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଦାବିପତ୍ର ପ୍ରଦାନ କରା ଯାଉଥିବା ବେଳେ ଆଜି ଜୁନାଗଡ଼ ଏନ ଏ ସି ର ସମସ୍ତ ୱାର୍ଡ କୋର୍ଡିନେଟର ଇ ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।ଏହି ୱାର୍ଡ କୋର୍ଡିନେଟର ଚୟନ ପ୍ରକ୍ରିୟା ଶେଷ ହୋଇ ପ୍ରାୟ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ମିଳି ନାହଁ lଏଥିନେଇ ନିଯୁକ୍ତି ଦେବା, ବକେୟା ଦରମା ପ୍ରଦାନ ଏବଂ ନିୟମିତ କରିବା ଏହିପରି ତିନି ଦଫା ଦାବୀ ନେଇଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶ୍ୟରେ ଏନ ଏ ସି ଇ ଓ ଙ୍କୁ ପ୍ରଦାନ କରିଥିଲେ lଏହା ପୂରଣ ନହେଲେ ଆସନ୍ତା ଜୁଲାଇ ୨୯ତାରିଖ ରେ ବିଧାନସଭା ଚାଲ ଡାକରା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ଏନ ଏ ସି ର ୧୨ ଗୋଟି ୱାର୍ଡ ର ସମସ୍ତ ୱାର୍ଡ କୋ ର୍ଡିନେଟର ଉପସ୍ଥିତ ଥିଲେ ଲ କଳାହାଣ୍ଡି ରୁ ରବି ଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l