ଜିଲ୍ଲାସ୍ତରୀୟ ମୋ ଜଙ୍ଗଲ ଜମି କର୍ମଶାଳା |

36

କଟକ (ଉତ୍କଳ ନ୍ୟୁଜ ) ୨୩-୦୭-୨୦୨୪ : ଆଜି ଜିଲ୍ଲାସ୍ତରୀୟ ମୋ ଜଙ୍ଗଲ ଜମି କର୍ମଶାଳା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହ ଠାରେ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଉମାକାନ୍ତ ରାଜ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅନୁଷ୍ଠାନିକ ଭାବେ କର୍ମଶାଳାକୁ ଉଦଘାଟନ କରି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ତ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ତଥା ଗୋଷ୍ଠୀଗତ ଅଧିକାର ଶିରୋନାମା ପ୍ରସ୍ତୁତ କରି ଉପଖଣ୍ଡସ୍ତରୀୟ କମିଟିକୁ ତା ୩୦ .୦୭ .୨୦୨୪ ରିଖ ଏବଂ ଜିଲ୍ଲାସ୍ତରୀୟ କମିଟିକୁ ତା ୧୬ .୦୮ .୨୦୨୪ ରିଖ ସୁଦ୍ଧା ପ୍ରେରଣ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ଏଥିସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ତଥା ତା ୯ .୦୮ .୨୦୨୪ ରୁ ତା ୧୫ .୦୮ .୨୦୨୪ ରିଖ ପର୍ଯ୍ୟନ୍ତ ଜଙ୍ଗଲ ଅଧିକାର ସପ୍ତାହ ପାଳନ କରିବାକୁ ବୈଠକରେ ସ୍ଥିରୀକୃତ କରାଯାଇଛି। କର୍ମଶାଳାରେ ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲାର ସମସ୍ତ ତହସିଲଦାର, ଜଙ୍ଗଲ ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଓ ବ୍ଲକ ମଙ୍ଗଳ ଅଧିକାରୀଗଣ ଉପସ୍ଥିତ ଥିଲେ। କଟକ ଜିଲ୍ଲା ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଠଗଡ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।