କଟକ (ଉତ୍କଳ ନ୍ୟୁଜ ) ୧୬-୦୭-୨୦୨୪ : ଭଦ୍ରକ ଜିଲ୍ଲା ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପଛରେ ସଂଖ୍ୟା ଗରିଷ୍ଠ ସମର୍ଥନ ରହିଛି । ଅଧ୍ୟକ୍ଷା ଅବନ୍ତୀ ଦାସ ବିଜେଡିର ହାତ ଛାଡ଼ି ଦେବେ ବୋଲି ଯେଉଁ ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ତାହା ମିଥ୍ୟା ତଥା ହୀନ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି ଅଧ୍ୟକ୍ଷାଙ୍କକୁ ସମର୍ଥନ କରୁଥିବା ସମିତି ସଭ୍ୟ/ସଭ୍ୟାମାନେ ମଙ୍ଗଳବାର ମଧ୍ୟାହ୍ନରେ କମାରିଆସ୍ଥିତ ବିଜଶ୍ରୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି । ବ୍ଳକ ବିଜେଡି ପୂର୍ବପରି ସୁସଂଗଠିତ ଏବଂ ଆବଶ୍ୟକ ସ୍ଥଳେ ଶାସକ ଦଳକୁ ଦେବ କଡ୍ଡା ଜବାବ ଦେବ । ବିଗତ ଦିନରେ ଶାସକ ଦଳ ଭାବେ ଲୋକଙ୍କ ସେବା କରି ଆସୁଥିଲା । ସଂପ୍ରତି ବିରୋଧି ଦଳର ଭୂମିକା ନିର୍ବାହ କରୁଛି । ପଞ୍ଚାୟତ ସମିତିକୁ ଭାଙ୍ଗିବା ଲାଗି ବିଭିନ୍ନ ସ୍ତରରେ ଶାସକ ଦଳର ଲକ୍ଷ୍ୟ ରହିଛି ବୋଲି ବିଜେଡି ଜାଣିବାକୁ ପାଇଛି । ବିଜେଡିରୁ କୌଣସି ପ୍ରତିନିଧି ଶାସକ ଦଳରେ ଯୋଗଦାନ କରିବାର ନାହିଁ । ବ୍ଲକର ୩୧ ପଞ୍ଚାୟତ ମଧ୍ୟରୁ ୧୬ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଛି ଏବଂ ଏହାର କୌଣସି ପରିବର୍ତ୍ତନ ହେବାର ନାହିଁ । ଶାସକ ଦଳ ଯେତେ ପ୍ରଚେଷ୍ଟା କଲେ ମଧ୍ୟ ପଞ୍ଚାୟତ ସମିତି ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ମତ ପ୍ରକାଶ ପାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସେବା କରିବା ସେମାନଙ୍କର ପ୍ରାଥମିକତା ବୋଲି କୁହାଯାଇଛି । ସାଧାରଣ ଲୋକଙ୍କ ସେବାରେ ଶାସକ ଦଳ ଯଦି କୌଣସି ସମସ୍ୟା ସୃଷ୍ଟି କରାଏ ତେବେ ତାଙ୍କୁ କଡ୍ଡା ଜବାବ ଦିଆଯିବ ବୋଲି ମଧ୍ୟ ଚେତାବନି ଦିଆଯାଇଛି । ସମିତି ସଭ୍ୟ ଚିନ୍ତାମଣି ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଉପାଧ୍ୟକ୍ଷା ସୁଭଦ୍ରା ଶତପଥି, ତିଳୋତ୍ତମା ବେେହେରା, ମାମିନା ମଳିକ, ସଂଘମିତ୍ରା ମୋହିନୀ, ମଧୁସ୍ମିତା ନାୟକ, ସସ୍ମିତା ବେହେରା, ମଧୁସ୍ମତା ରାଉତ, ଭାଗିରଥି ମଳିକ, ଜୀବନଜ୍ୟୋତି ପଲେଇ, ନକୁଳ ବାରିକ, ଦେବେନ୍ଦ୍ର ଦାସ, ପ୍ରିୟବନ୍ଧୁ ମାଝୀ, ଜୟପ୍ରକାଶ ମଳିକ, ଧର୍ମାନନ୍ଦ ବେହେରା ଓ ଦାମୋଦର ଧଳ ପ୍ରମୁଖ ସମିତି ସଭ୍ୟଙ୍କ ସମେତ ପ୍ରବୀର ନାୟକ, ନିତ୍ୟାନନ୍ଦ ବେହେରା, ଅନିଲ ନାୟକ, ଛନ୍ଦାଚରଣ ନାୟକ, ଅଜୟ ରାଉତ ଓ ଜଗତ୍ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ମହରମପୁର ସମିତି ସଭ୍ୟ ଧର୍ମେନ୍ଦ୍ର ବେହେରା ଅନୁପସ୍ଥିତ ଥିଲେ ହେଁ ଭିଡିଓ କଲ ମାଧ୍ୟମରେ ଅଧ୍ୟକ୍ଷାଙ୍କ ପଛରେ ତାଙ୍କର ସମର୍ଥନ ରହିଛି ବୋଲି ସାମ୍ବାଦିକମାନଙ୍କୁ କହିଥିଲେ । ତେବେ ସେମାନଙ୍କ ମଧ୍ୟରୁ ପୂର୍ବତନ ଅଧ୍ୟକ୍ଷା ତଥା ଅଚକ ପଞ୍ଚାୟତ ସମିତି ସଭ୍ୟା ମାଧବୀଲତା ଭୋଇ ବିଜେଡି ଛାଡ଼ି ବିଜେପିରେ ଯୋଗଦାନ କରିବା ପରେ ଏହି ସଂଖ୍ୟା ୧୬କୁ ଖସିଆସିଥିଲା । ଏହାପରେ ବି ଅଧ୍ୟକ୍ଷାଙ୍କ ପଦବୀ ପ୍ରତି କୌଣସି ବିପଦ ନାହିଁ । ଏପରି ସ୍ଥିତିରେ ଅଧ୍ୟକ୍ଷା ବିଜେପିରେ ଯୋଗଦେବେ ବୋଲି ପ୍ରଚାର ହେବା ପରେ ଏହା ସଂପୂର୍ଣ୍ଣ ମିଥ୍ୟା ପ୍ରମାଣିତ କରାଇଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ|