ଭୋଜି ଖାଇବାକୁ ନେଇ କମାରିଆରେ ବାଡିଆପିଟା, ଉଭୟ ପକ୍ଷରୁ ୧୦ ଆହତ |

117

କଟକ (ଉତ୍କଳ ନ୍ୟୁଜ) ୧୫-୦୭-୨୦୨୪ : ବିବାହ ଭୋଜି ଖାଇବାକୁ ନେଇ କମାରିଆ ବଜାରସ୍ଥିତ ମହାବୀର ହୋଟେଲ ନିକଟରେ ବାଡିଆପିଟା, ଉଭୟ ପକ୍ଷରୁ ୧୦ ଆହତ । ବାଡିଠେଙ୍ଗାରେ ପିଟାପିଟି, ଧସ୍ତାଧସ୍ତି ଆଉ ଦୋଅକ୍ଷରରେ ଗାଳି ଦିଆନିଆ ଆଦି ଘଟଣାକୁ କମାରିଆ ବଜାରରେ ଶତାଧିକ ଦେଖଣାହାରି ସାଜିଥିଲେ । ବିଳମ୍ବ ହେଲେ ମଧ୍ୟ ତିହିଡି ପୋଲିସ ଘଟଣା ସ୍ଥଳରେ ପହଁଞ୍ôଚବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ମହାବୀର ହୋଟେଲ ମାଲିକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ, ରବିବାର ମଧ୍ୟାହ୍ନରେ ବିବାହ ଭୋଜିକୁ ନେଇ ହୋଟେଲର ଦୋମହଲାରେ ଓରଡା ଓ ତିଆଡିସାହି ଗ୍ରାମର କେତେକ ବ୍ୟକ୍ତିଙ୍କ ମଧ୍ୟରେ ଆପୋଷ ଝଗଡା ହୋଇଥିଲା । ପରେ ଉଭୟପକ୍ଷ ତଳକୁ ଆସି ମାରପିଟ୍ ଆରମ୍ଭ ହୋଇଥିଲା । ନିମିଶକ ମଧ୍ୟରେ ବାଡିଠେଙ୍ଗା ଚାଲିଥିଲା । ତଳମହଲାରେ ପୀରହାଟ ବରକନ୍ୟାଙ୍କର ସମ୍ପର୍କୀୟମାନେ ଏକ ଭୋଜି ଖାଉଥିଲେ । ଯେଉଁଠିକି ମହିଳାମାନେ ମଧ୍ୟ ଉପସ୍ଥିତ ଥିଲେ । କୌଣସି କାରଣ ନଥାଇ ହଠାତ୍ ସେମାନେ ଦୌଡିଆସି ମହିଳାମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ନିରସ୍ତ୍ରରେ ଥିବା ପୀରହାଟର କେତେକ ଯୁବକ ମହିଳାମାନଙ୍କୁ ରକ୍ଷା କରିବାକୁ ଯାଇ ନିସ୍ତୁକ ମାଡ ଖାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ହୋଟେଲର ସଟର ବନ୍ଦ କରିବା ପରେ ମଧ୍ୟ ଆକ୍ରମଣ ବନ୍ଦ ହୋଇନଥିଲା । ଏଥିସହ ବାହାରେ ଗଣ୍ଡଗୋଳ ବନ୍ଦ ହୋଇନଥିଲା । କାହାର ମୁଣ୍ଡ ଫାଟିଛି ତ ଆଉ କାହାର ଗୋଡହାତ କ୍ଷତାକ୍ତ ହୋଇଛି । ଆଉ କେତେକ ମହିଳା କାନ୍ଦବୋବାଳି ପଡି ଯାଇଥିଲା । ରାଜ୍ୟ ରାଜପଥରେ ଯୁବଗୋଷ୍ଠିଙ୍କ ପକ୍ଷରୁ ବାଡି ଠେଙ୍ଗା ବୁଲୁଥିଲା । ହାବୁଡରେ ଯିଏ ପଡୁଥିବା ପକ୍ଷଙ୍କୁ ପାହାର ପରେ ପାହାର ହେଉଥିଲା । ଉଭୟ ପକ୍ଷରୁ ରାଗାନ୍ୱିତ ହୋଇଥିବା ବେଶ ଅନୁମେୟ । କେହି କିଛି ବୁଝିବା ଆଗରୁ ସବୁ ଘଟି ଯାଇଥିଲା । ତେବେ କମାରିଆ ବଜାରରେ ବହୁ ଦୋକାନୀ ଦେଖଣାହାରୀ ସାଜିଥିବା ବଡ ବିଡମ୍ବନାର ବିଷୟ ସାଜିଛି । ସେମାନେ ଦୌଡି ଗଣ୍ଡଗୋଳ ରୋକିବାକୁ କଣ ପାଇଁ ସାହସ ବାନ୍ଧିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |