କଟକ (ଉତ୍କଳ ନ୍ୟୁଜ ) ୧୨-୦୭- ୨୦୨୪ : ପି.ଏମ. କେୟାର ଯୋଜନା ଅଧୀନ ରେ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ୪ ଜଣ ହିତାଧିକାରୀ ଙ୍କୁ ଆଜି ପୋଷ୍ଟାଲ ଆକାଉଣ୍ଟ ପ୍ରଦାନ କରାଯାଇଛି | ଏହି ବାଳିକା ମାନଙ୍କ ର ବୟସ ୧୨ ରୁ ୧୮ ବର୍ଷ ବୟସ ମଧ୍ୟ ରେ | ପିଏମ କେୟାର ଅଧୀନ ରେ ଏହି ହିତାଧିକାରୀମାନଙ୍କ ଆକାଉଣ୍ଟ କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ସହାୟତା ରାଶି ଉଠାଣ କରିପାରିବେ | ହିତାଧିକାରୀ ଙ୍କୁ ୨୩ ବର୍ଷ ହେବ ବେଳ କୁ ମୋଟ ଅର୍ଥ ରାଶି ୧୦ ଲକ୍ଷ ରେ ପହଁଚିଥିବା | ହିତାଧିକାରୀ ଙ୍କ ପାଠପଢା , ସାମଗ୍ରିକ ବିକାଶ ଓ ଥଇଥାନ ଦିଗ ରେ ସହାୟତା ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି | ଚିହ୍ନଟ ହୋଇଥିବା ୪ ଜଣ ହିତାଧିକାରୀ ଙ୍କ ପିତାମାତା କୋଭିଡ ରେ ପୀଡିତ ହୋଇ ପ୍ରାଣ ହରାଇଥିଲେ ଚାରି ଜଣଙ୍କ ମଧ୍ୟ ରୁ ଜଣେ ହିତାଧିକାରୀ ଶିଶୁ ଯତ୍ନ ଅନୁଷ୍ଠାନ ର ଅନ୍ତେବାସୀ ହୋଇଥିବା ବେଳେ ଅନ୍ୟ ତିନିଜଣ ସେମାନଙ୍କ ନିକଟ ସମ୍ପର୍କୀୟ ଙ୍କ ନିଟରେ ରହୁଛନ୍ତି | ଆଜି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ , ଅତିରିକ୍ତ ଜିଲ୍ଲାପାଳ ଡ଼. ଦିବ୍ୟଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ସହ ଆଲୋଚନା କରିବା ସହିତ କିଭଳି ପାଠ ପଢିବେ ସେ ନେଇ ମାର୍ଗଦର୍ଶନ କରିଥିଲେ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରଗତି ମହାନ୍ତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ | ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ଦେବଯାନୀ ସରନ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା ପ୍ରଦାନ କରିଥିଲେ |