ପୁରୁଣାବଜାରରେ ନକଲି ଜର୍ଦ୍ଦା କାରବାର ଠାବ, ୨ ଜଣ ଗିରଫ୍ |

168

କଟକ (ଉତ୍କଳ ନ୍ୟୁଜ ) ୧୧-୦୭-୨୦୨୪ : ଭଦ୍ରକ ଜିଲ୍ଲା ପୁରୁଣାବଜାରରେ ନକଲି ଜର୍ଦ୍ଦା କାରବାର ଠାବ, ୨ ଜଣ ଗିରଫ୍ । ନକଲି ଜର୍ଦ୍ଦା ବେପାରୀଙ୍କୁ ଭଦ୍ରକ ପୋଲିସର ମାଷ୍ଟରଷ୍ଟ୍ରୋକ । ଅନ୍ୟୁନ ୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ସହ ବିପୁଳ ନକଲି ସାମଗ୍ରୀ ଜବତ । ଦୁଇ ଜଣ ଗିରଫ ହେବା ସହ ଜଣେ ଫେରାର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ନକଲି ଜର୍ଦ୍ଦା ଜବତ କରିଛି । ନକଲି ଜର୍ଦ୍ଦା ତିଆରି ନେଇ ଖବର ପାଇବା ପରେ ସିଟି ଡ଼ିଏସପି ଅଂଶୁମାନ ଦ୍ୱିବେଦୀଙ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ ହୋଇଥିଲା ଏହି ଟିମ ପୁରୁଣାବଜାର ଅଞ୍ଚଳର ହେଲାସାହି ଠାରେ ଚଢ଼ାଉ କରିଥିଲା । ଏକକାଳୀନ ୩ ଟି ସ୍ଥାନରେ ରେଡ଼ ବେଳେ ବିପୁଳ ନକଲି ଜର୍ଦ୍ଦା ଜବତ କରିଛି । ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଲୋଗୋ, ମିକ୍ସଚର ମେସିନ, ଖାଲି ପାଉଚ, କେମିକାଲ ମଧ୍ୟ ଜବତ ହୋଇଛି । ଜବତ ନକଲି ଜର୍ଦ୍ଦାର ମୂଲ୍ୟ ଅନ୍ୟୁନ ୪୫ ଲକ୍ଷ ରୁ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଏସକେ ରବାନି ଓ ଏସକେ ଖାଲିକ ଗିରଫ ହୋଇଥବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମିର ଇନାମ ଫେରାର ହୋଇଥବା କହିଛି ପୋଲିସ । ତେବେ ନକଲି ଜର୍ଦ୍ଦା ତିଆରି ବିଷୟ ରେ ଖବର ଥିଲେ ପୋଲିସ କୁ ସୂଚନା ଦେବା ପାଇଁ ପୋଲିସ ଅନୁରୋଧ କରିଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |