ଦରଦାମ ବୃଦ୍ଧି ପ୍ରତିବାଦରେ ସିଆଇଟିୟୁ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ |

212

କଟକ (ଉତ୍କଳ ନ୍ୟୁଜ ) ୧୧-୦୭-୨୦୨୪ : ଦରଦାମ ବୃଦ୍ଧି ପ୍ରତିବାଦରେ ସିଆଇଟିୟୁ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏଥିସହ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ଘରୋଇ କରଣ ବନ୍ଦ କରିବା, ସମାନ କାମକୁ ସମାନ ମଜୁରୀ ଦେବା, ସର୍ବନିମ୍ନ ମଜୁରୀ ଦିନକୁ ୭୫୦ଟଙ୍କା ଓ ମାସକୁ ୨୬,୦୦୦ଟଙ୍କା ଦେବା, ସ୍କିମ୍ ୱାର୍କର୍ର ମାନଙ୍କୁ ଶ୍ରମିକର ମାନ୍ୟତା ଦେବା, କୋଠା ବାଡି ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରିବା ଓ ସମସ୍ତ ଦେୟ ତୁରନ୍ତ ଦେବା, ସମାନ କାମକୁ ସମାନ ମଜୁରୀ ଦେବା, ଭଦ୍ରକ ନୂଆ ବସ ଷ୍ଟାଣ୍ଡକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଉଠା ଦୋକାନୀ ମାନଂକ ପାଇଁ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ସେମାନଙ୍କୁ ଥଇଥାନ କରିବା, ବିଦ୍ୟୁତ ଶୁଳ୍କ ବୃଦ୍ଧି ବନ୍ଦ କରିବା, ସରକାରୀ ଡ଼ାକ୍ତରଖାନାକୁ ଅଧିକ ଡ଼ାକ୍ତର ଓ ସେବିକା ଯୋଗାଇବା ଦାବିକରି ଏକ ପନ୍ଦର ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରଦାନ କରାଯାଇଛି । ବରିଷ୍ଠ ଶ୍ରମିକ ନେତା ଦିବ୍ୟସିଂହ ନାୟକ, କାଳନ୍ଦି ପାତ୍ର, ସୀତା ଦାସ, ଶାନ୍ତି ନାୟକ, ପଦ୍ମିନୀ ପଣ୍ଡଚନ୍ଦ୍ର ଶେଖର ନାୟକ, ବସନ୍ତ ନାୟକ ବାମଦେବ ମିଶ୍ର, ନବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଏକ ଲାଲ ପତାକାର ପଟୁଆର ଶତାଧିକ ଶ୍ରମଜୀବୀ ମହିଳାଙ୍କ ସମେତ ଶ୍ରମିକ ନେତା ବିଷ୍ଣୁ ଦାଶ, ବାସନ୍ତୀ ବେହେରା, ସେକ୍ସ୍ ସତରୁଦ୍ଦିନି, ପ୍ରତିମା ସାମଲ, ନାରାୟଣ ପାତ୍ର, ବିରସେନ ଜେନା ସେକ୍ କଲା ଙ୍କ ନେତୃତ୍ୱ ରେ ସହର୍ ପରିକ୍ରମା କରିବା ପରେ ଜିଲ୍ଳା ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସମ୍ମୁଖରେ ବିକ୍ଷାଭ ପ୍ରଦର୍ଶନ କରିବା ସହିତ ଏକ ପ୍ରତିବାଦ ଅନୁଷ୍ଟିତ ହୋଇଥିଲା । ଡବଲ ଇଞ୍ଜିନ ସରକାର ଓ ସବକା ସାଥ ଶବକା ବିକାଶ ନାମରେ ଦରଦାମ୍ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫତାକୁ ଉଲ୍ଲେଖ କରିବା ସହ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଆଦାନିକୁ ବିକ୍ରୀ କରିବା ଓ ସରକାରୀ ଅଫିସରେ ଖାଲି ପଡିଥିବା ବହୁ ପଦବୀ ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବା, ଶ୍ରମିକ ବିରୋଧି ଶ୍ରମ କୋଡ୍ ôଚରୋଟିକୁ ପ୍ରତ୍ୟାହାର କରିବା ସହ ସମସ୍ତ ସ୍କିମ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ଦାବି କରାଯାଇଛି । ସେହିପରି ବନ୍ତ ଛକରୁ ବସଷ୍ଟାଣ୍ଡ ଉଠାଇ ନୂଆ ବସ ଷ୍ଟାଣ୍ଡରେ ଉଠା ଦୋକାନୀ ମାନଙ୍କ ଲାଗି ଭେଣ୍ଡି ଜୋନ ପ୍ରତିଷ୍ଠା କରି ସେମାନଙ୍କୁ ଥଇଥାନ କରିବା, ଚରମ୍ପା ଛକ, ବନ୍ତ ଛକ, ଗୋଶାଳା ଛକ, କଚେରୀ ଛକ ଗୁଡିକରେ ବେଆଇନ ଦଖଲକୁ ହଟାଇ ଟ୍ରାଫିକ ବ୍ୟବସ୍ଥା ଲାଗୁକରିବା, ଜଳ ନିଷ୍କାସନ ବ୍ୟବସ୍ଥା ଗ୍ରହଣ କରିବା ଓ ପୁରୁଣା ଡାକ୍ତରଖାନା ପରିସରରେ ଉନ୍ନତି କରି ସିଟି ହସ୍ପିଟାଲ ପରିଚାଳନା କରିବା ଓ ନୂଆ ଡାକ୍ତରଖାନା ପରିସରର ଉନ୍ନତି ଦିଗରେ ପଦକ୍ଷେପ ନେବାକୁ ଦାବୀ କରାଯାଇଥିଲା । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |