କଟକ (ଉତ୍କଳ ନ୍ୟୁଜ ) ୧୧-୦୭-୨୦୨୪ : କୋଇଲା ପାଉଁଶ ଚୋରି କରିବା ବେଳେ ମାଡିବସିଲା ଚୌଦ୍ୱାର ପୋଲିସ | | ଗତ ୧୦ ତାରିଖ ରେ ଅଜୟ ବେହେରା ନାମକ ଜଣେ ବ୍ୟକ୍ତି ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଯେ , ଗତ ୯ ତାରିଖ ରାତି ରେ ଚୌଦ୍ୱାର କଜଳଖଣା ସ୍ଥିତ ଇଡ଼କୋ ଜମି ରେ ଗଦା ହୋଇରହିଥିବା କୋଇଲା ପାଉଁଶ କୁ କିଛି ସନ୍ଦିଗ୍ଧ ବ୍ୟକ୍ତି ମାନେ ହାଇବା ଟ୍ରକ ସାହାଯ୍ୟ ରେ ଚୋରି କରୁଥିବା ଦେଖିବାକୁ ପାଇଥିଲେ , ତେବେ ଏନେଇ ସେ ପୋଲିସ କୁ ସୂଚନା ଦେଇଥିଲେ , ହେଲେ ସେଠାରେ ଥିବା ଅଭିଯୁକ୍ତ ମାନେ ତାଙ୍କୁ ପୋଲିସ ର ଇନ୍ଫୋର୍ମର ଭାବି ଆକ୍ରମଣ କରିଥିଲେ | ଅଭିଯୋଗ କୁ ଗୁରୁତର ସହ ନେଇ ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଂଜନ ସାହୁ ଏକ ଟିମ ନେଇ ଉକ୍ତ ସ୍ଥାନ ରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ସହ ୯ ଜଣ ବ୍ୟକ୍ତି ଙ୍କୁ ଧରିବା ରେ ସଫଳ ହୋଇଛନ୍ତି | ଚଢ଼ାଉ ବେଳେ ଏକ ହାଇବା ଟ୍ରକ , ଗୋଟିଏ କାର , ଦୁଇଟି ମୋଟର ସାଇକେଲ କୁ ଜବତ କରିଛି ଚୌଦ୍ୱାର ପୋଲିସ | ସମସ୍ତ ଅଭିଯୁକ୍ତ ଚୌଦ୍ୱାର ଅଂଚଳ ର ହୋଇଥିବା ବେଳେ ଘଟଣା ରେ ଅଧିକ ତଦନ୍ତ ଜାରି ରଖିଛି ଚୌଦ୍ୱାର ପୋଲିସ |