କଟକ (ଉତ୍କଳ ନ୍ୟୁଜ ) ୧୧-୦୭-୨୦୨୪ : କଟକ ସହର କୁ ମ୍ୟାଲେରିଆ , ଡେଙ୍ଗୁ ଓ ହଇଜା ଭଳି ରୋଗ ରୁ ମୁକ୍ତ କରିବା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀ ସଫଳତା ର ସହ ନିଜର ଦାୟିତ୍ୱ ତୁଲାଇବା ନିମନ୍ତେ କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାସ , ପରାମର୍ଶ ଦେଇଛନ୍ତି | କଟକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ -୨୦୨୪ ମ୍ୟାଲେରିଆ , ଡେଙ୍ଗୁ ଓ ହଇଜା ଜଣ ସଚେତନତା ଅଭିଯାନ ନିମନ୍ତେ ଆଜି କଟକ ମହାନଗର ନିଗମ କମିଶନର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି | ବିଜୁ ଭବନ ଠାରେ ଅନୁଷ୍ଠିତ ଏହି ବୈଠକ ରେ ଅଧ୍ୟକ୍ଷା , ସ୍ୱାସ୍ଥ୍ୟକମିଟି , ଦିପ୍ତିମୟୀ ମୂଳିଆ, ଅତିରିକ୍ତ ଜିଲ୍ଲା ଜଣ ସ୍ୱାସ୍ଥ୍ୟ ଅଧିକାରୀ ଡ଼କ୍ଟର କାନ୍ତି ନାୟକ , ନଗର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସତ୍ୟବ୍ରତ ମହାପାତ୍ର ପ୍ରମୁକ ଉପସ୍ଥିତ ରହି କଟକ ସହର କୁ ମ୍ୟାଲେରିଆ , ଡେଙ୍ଗୁ ଓ ହଇଜା ମୁକ୍ତ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମେଂ କ୍ଷେତ୍ର ପରିଦର୍ଶନ ସମୟ ରେ ଉପଯୁକ୍ତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ | କଟକ ସହରରେ ୧-୦୭-୨୦୨୪ ଠାରୁ ୩୧-୦୮.୨୪ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ କାର୍ଯ୍ୟକ୍ରମ ଜାରି ରହିବ | ଏହି କାର୍ଯ୍ୟକ୍ରମ ରେ ମ୍ୟାଲେରିଆ , ଡେଙ୍ଗୁ ଓ ହଇଜା, କୁଷ୍ଠ , ଯକ୍ଷ୍ମା, ଜଣ୍ଡିସ ଓ ଟୀକାକରଣ ଆଦି ର ସର୍ବେକ୍ଷଣ କରାଯାଇ ଆବଶ୍ୟକ ସ୍ଥଳେ ପୀଡିତ ବ୍ୟକ୍ତିମାନଙ୍କ ର ଚିକିତ୍ସା କରାଯିବ | ପ୍ରତି ଘରେ ଆଶାକର୍ମୀମାନଙ୍କ ଦ୍ୱାରା ଓଆରଏସ ମିଶ୍ରଣ ଓ ଜିଙ୍କ ବଟିକା ବିତରଣ କରାଯିବାକୁ ଏହି ବୈଠକ ରେ ସ୍ଥିରୀକୃତ ହୋଇଛି | ଜିଲ୍ଲା ରେ ଶୂନ୍ୟ ରୁ ୫ ଵର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ମୃତ୍ୟୁ ହାର ରୋକିବା ତଥା ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ କୁ ପ୍ରତିରୋଧ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ | ସମସ୍ତେ ମଶାରୀ ବ୍ୟବହାର କରିବା ସହିତ ଘର ଭିତରେ ଓ ବାହାର ପରିସ୍କାର ପରିଛନ୍ନ ରଖିବା ନିମନ୍ତେ ସଚେତନ କରାଇବାକୁ ସିଏମ୍ସି କମିଶନର ବିଭାଗୀୟ ଅଧକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି | ଟୀକାକରଣ ହୋଇ ନ ଥିବା ଶିଶୁ ଓ ହେପାଟାଇଟିସ ବି ପରୀକ୍ଷା କରାଇ ନ ଥିବା ମହିଳା ମାନଙ୍କୁ ମଧ୍ୟ ଏହି ସର୍ବେକ୍ଷଣ ଜରିଆ ରେ ଚିହ୍ନଟ କରାଯାଇ ଉପଯୁକ୍ତ ଟୀକାକରଣ କରାଯିବ | ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି | ଏହି ରଥ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରି ସଚେତନାମୂଳକ ବାର୍ତ୍ତା ପ୍ରଚାର କରିବ |